ଖମାର କଲେଜକୁ ରାଜ୍ୟ ଖାଦ୍ୟ ଆୟୋଗ ଅଧକ୍ଷଙ୍କ ପରିଦର୍ଶନ

*ଯୁକ୍ତ ଦୁଇ ନାମ ଲେଖା ପ୍ରଥମ ଦିନର ସ୍ଥିତି ପରଖିଲେ ।

*କଲେଜ ପ୍ରଶାସନକୁ ସଂଗଠିତ କରିବାକୁ ଉପଦେଶ ଦେଲେ ।

ଅନୁଗୁଳ (ଦିଲୀପ କୁମାର ଚୋପଦାର , କଳିଙ୍ଗ ପ୍ରଭା ଟିଭି) : ଜିଲ୍ଲା ର ପାଲଲହଡା ଉପଖଣ୍ଡ ” ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ” କୁ ପରିଦର୍ଶନ କରିଛନ୍ତି, ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅବନୀକାନ୍ତ ସାହୁ l ନିଜ ଅଂଚଳରେ ଖାଦ୍ୟ ଭଳି ଗୁରୁତ୍ୱ ପୂର୍ଣ୍ଣ ଜିନିଷକୁ ଧ୍ୟାନ ଦେଉଥିବା ବେଳେ ଆଜି ପୂର୍ବାହ୍ନ ସମୟରେ ଖମାର ବଜାର ନିକଟସ୍ଥ ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ କୁ ପହଂଚିଥିଲେ l ପରିଦର୍ଶନ ପରିପେକ୍ଷୀରେ ଖମାର କଲେଜ ପ୍ରିନସିପାଲ ସରୋଜ କୁମାର ପ୍ରଧାନ ସ୍ୱାଗତ ସହ ଶୁଭେଚ୍ଛା ଜଣାଇଥିଲେ, ଏବଂ ଆଲୋଚନା ବେଳେ କଲେଜକୁ କେମିତି ସୁସ୍ଥ ଶିକ୍ଷା ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଛାତ୍ରୀ ନିବାସ ର ଖାଦ୍ୟ ଉପରେ ଏବଂ ପରିବେଶ – ପରିସରକୁ ସ୍ୱଚ୍ଛତା ରହିବାକୁ କହିଥିଲେ ଓ ଅଧ୍ୟାପକଙ୍କ କ୍ଷେତ୍ରରେ ସଂଗଠିତ ହୋଇ କଲେଜ କୁ ଭଲ ମାର୍ଗରେ ନେବା କୁ ମଧ୍ୟ ଆଲୋଚନା କରିଥିଲେ l ଯୁକ୍ତ ୨ ନାମ ଲେଖାର ପ୍ରଥମ ଦିନ ରେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶୁଭେଚ୍ଛା ଜାଣିଥିଲେ ଶ୍ରୀ ସାହୁ l ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ରାଜ୍ୟ ଖାଦ୍ୟ ଆୟୋଗ ଅଧକ୍ଷ ଅବନୀକାନ୍ତ ସାହୁଙ୍କ ସମେତ ଅନୁଗୁଳ ଜିଲ୍ଲା ଶିଶୁ ସୁରକ୍ଷାଧିକାରୀ ଶ୍ରୀ ଗୌରୀଶଙ୍କର ବେହେରା ଓ କଲେଜ ଅଧ୍ୟାପକ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *