ପ୍ରତାପ ବାଜିଗର ଙ୍କ ବିୟୋଗ ରେ ମର୍ମାହତ ରାଜ୍ୟ ଖାଦ୍ୟ କମିଶନ ଅବନୀକାନ୍ତ ସାହୁ ,ପରିବାର ଲୋକଙ୍କୁ ଭେଟିଲେ କୁଲାପାଳ ( ବୁରୁକୁନା ) ଗାଁ ରେ

ଅନୁଗୁଳ (କଳିଙ୍ଗ ପ୍ରଭା ଟିଭି) : ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ ବୁରୁକୁନା ପଂଚାୟତ ଅନ୍ତର୍ଗତ କୁଲ୍ଲାପାଳ ଗ୍ରାମର ସ୍ବର୍ଗତ ପ୍ରତାପ ବାଜିଗରଙ୍କ ଦେହାନ୍ତ ପୂର୍ବରୁ ଶ୍ରୀ ବାଜିଗର ପରିବାର ଲୋକେ ରାଜ୍ୟ ସରକାରଙ୍କ ରାସନ କାର୍ଡ ଉପଭୋକ୍ତା ରୁ ବଞ୍ଚିତ ଥିଲେ, ଏହି ଖବର ଜାଣି ରାଜ୍ୟ ଖାଦ୍ୟ ଆୟୋଗ ଅଧକ୍ଷ ସରକାରୀ ନିୟମ ଅନୁଯାଇ ତୁରନ୍ତ ଜିଲ୍ଲା ପ୍ରଶାସନ କୁ ନିର୍ଦେଶ ନେଇ ରାସନ କାର୍ଡ କରାଇଥିଲେ l କିନ୍ତୁ ବଡ଼ ଦୁଃଖଦ ଘଟଣା ଯେ ରାସନ କାର୍ଡ ପାଇ ମଧ୍ୟ କାର୍ଡ ଉପଯୋଗ ନ କରି ଅର୍ଥାତ ଉପଭୋଗ କରିବା ପୂର୍ବରୁ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇ ଇହ ଜଗତରୁ ଚାଲିଗଲେ l ଏଭଳି ଦୁଖଃଦ ଖବର ଜାଣି ଆଜି ପବିତ୍ରନଗର ଅନ୍ତର୍ଗତ ବୁରୁକୁନା ପଂଚାୟତ ଅଧିନସ୍ଥ କୁଲ୍ଲାପାଳ ଗ୍ରାମକୁ ଯାଇ ପରିବାର ଲୋକଙ୍କୁ ଭେଟିଛନ୍ତି ରାଜ୍ୟ ଖାଦ୍ୟ କମିଶନ ତଥା ଶ୍ରଦ୍ଧା ସେବା ସହଯୋଗ ଫାଉଣ୍ଡେସନ ର ଅଧକ୍ଷ ଇଂ ଅବନୀକାନ୍ତ ସାହୁ l ସରକାରୀ ସୁବିଧା, ଶିକ୍ଷା ଏବଂ ମୌଳିକ ସୁବିଧା ଦେବାକୁ କଥା ଦେଇଛନ୍ତି ପରିବାର ବର୍ଗକୁ l ଅବନୀଙ୍କ ଏଭଳି ସମାଜସେବା କାର୍ଯ୍ୟକୁ ଏହି ଅଂଚଳ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି l

Leave a Reply

Your email address will not be published. Required fields are marked *