“ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ୭୮ତମ ସ୍ୱାଧୀନତା ପାଇଁ ପ୍ରାକ ପ୍ରସ୍ତୁତି ବୈଠକଅନୁଷ୍ଠିତ”

ମୟୂରଭଞ୍ଜ (ଦୀନବନ୍ଧୁ ବାରିକ ,କଳିଙ୍ଗ ପ୍ରଭା ଟିଭି ) : ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ୭୮ତମ ସ୍ୱାଧୀନତା ଦିବସ -୨୦୨୪ ଜାତୀୟ ଦିବସ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ମହାସମାରୋହରେ ପାଳନ କରାଯିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ତା.୨୩-୦୭-୨୦୨୪ ରିଖ ଅପରାହ୍ନ ଘ.୦୫:୦୦ ମି. ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟlଳୟ ପରିସର ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ, ମୟୂରଭଞ୍ଜ ,ଶ୍ରୀଯୁକ୍ତ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ,ଭା.ପ୍ର.ସେ. ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଶ୍ରୀଯୁକ୍ତ ନେତ୍ରାନନ୍ଦ ମଲ୍ଲିକ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ପ୍ରମୁଖଙ୍କ ଉପସ୍ଥିତିରେ ଉକ୍ତ ବୈଠକରେ ଚଳିତ ସ୍ୱାଧୀନତା ଦିବସ -୨୦୨୪ ଜାତୀୟ ଉତ୍ସବ ପାଳନ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ଆଲୋଚନା କରାଯିବା ସହ ଏହି ଜାତୀୟ ଉତ୍ସବକୁ ସମ୍ମାନ ଓ ମର୍ଯ୍ୟlଦାର ସହିତ ଜାତୀୟତାବୋଧ ବଜାୟ ରଖି ଜିଲ୍ଲା ସ୍ତରୀୟ ଉତ୍ସବ ପାଳନରେ ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ ବିଭାଗ, ସ୍ଵେଚ୍ଛାସେବି ସଂଗଠନ, ସର୍ବପରି ଜନସାଧାରଣ ବିପୁଳ ସଂଖ୍ୟାରେ ଯୋଗଦାନ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ. ବୈଠକରେ, ବାରିପଦା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡି.ଏସ.ପି., ଡି.ଆଇ.ବି., ରିଜର୍ଭ ପୋଲିସ ଇନ୍ସପେକ୍ଟର , ଅଧିକ୍ଷଣ ଯନ୍ତ୍ରୀ, ପୂର୍ତ୍ତ (ରାସ୍ତା ଓ ଗୃହ), ବାରିପଦା ପ୍ରମୁଖଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ପଦାଧିକାରୀ, ଶିକ୍ଷାନୁଷ୍ଠାନ ର ମୁଖ୍ୟ ତଥା ଶିକ୍ଷକ ଶିକ୍ଷୟତ୍ରୀ , ଅଧ୍ୟାପକ ଅଧ୍ୟାପିକା ,ସ୍ଵେଚ୍ଛାସେବି ଅନୁଷ୍ଠାନ ର କର୍ମକର୍ତ୍ତା, ବରିଷ୍ଠ ନାଗରିକ,ଗଣମାଧ୍ୟମ ର ପ୍ରତିନିଧି ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ମତପୋଷଣ କରିଥିଲେ ।

Leave a Reply

Your email address will not be published. Required fields are marked *