
*ଅସାଧୁ କର୍ମଚାରୀ ” ଆକାଶ କଇଁଆ , ଚିଲିକା ମାଛ ” ଦେଖାଇ ମାଲେମାଲ ।
ଅନୁଗୋଳ (ଦିଲୀପ କୁମାର ଚୋପଦାର, କଳିଙ୍ଗପ୍ରଭା ଟିଭି) : ଜିଲ୍ଲା ର କୋଇଲା ନଗରୀ ତାଳଚେର ତହସିଲ ଅନ୍ତର୍ଗତ ଘଣ୍ଟପଡ଼ା ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ରେ ଜମି ମାଫିଆ ଙ୍କ ଧାଆଁଦଉଡ ମଧ୍ୟରେ କସରତ ଦେଖିବାକୁ ମିଳୁଛି । ଏହି ମୌକା କୁ ହାତ ଛଡ଼ା କିଏ ବା କରିବ , କର୍ମଚାରୀ ଙ୍କ ବର୍ତ୍ତମାନ “କଚେପୁଅବାର” ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ସବୁବେଳେ ଥଣ୍ଡା,ଗରମ ତଥା ବର୍ଷା ହେଉଥିଲେ ପକୁଡ଼ି,ଚା ର ସେବା ସହିତ ହାତ ଚିକ୍କଣ ସେବା ବାରମ୍ବାର ମିଳୁଥିବା , କିଛି ଲୋକ ନିଜ ନାମ ପ୍ରକାଶ ନ କରିବା ସର୍ତ୍ତ ରେ କହିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଭୂ ମାଫିଆ ତଥା ସରକାରୀ ଜମି ଜବରଦଖଲକାରୀ ଙ୍କ ଉପରେ କଡା ଆଭିମୁଖ୍ୟ ଗ୍ରହଣ ର ବାର୍ତ୍ତା ତଥା ଅନୁଗୁଳ ଜିଲ୍ଲାପାଳ ଙ୍କୁ ପତ୍ର ପ୍ରେରଣ ତଥା କିଛି ପ୍ରଭାବଶାଳୀ ଲୋକଙ୍କ ଜବରଦଖଲ ସମାଚାର ବିଭିନ୍ନ ଓଡ଼ିଆ ସମ୍ବାଦ ପତ୍ରରେ ତଥା ହିନ୍ଦୀ ଭାଷା ରେ ପ୍ରକାଶିତ ଜାତୀୟ ଗଣମାଧ୍ୟମ ରେ ପ୍ରକାଶିତ ହେବା ପରେ ଡେରା ମୌଜା ଅନ୍ତର୍ଗତ ଖାତା ନଂ.୧୭୭, ପ୍ଲଟ ନମ୍ବର . ୬/୨୪୫୦ , କିସମ .ଶାରଦ ତିନି ସରକାରୀ ଜମି ଜବରଦଖଲକାରୀ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ସେମାନଙ୍କୁ ତହସିଲ ଏବଂ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ର କିଛି ଅସାଧୁ କର୍ମଚାରୀ ” ଆକାଶ କଇଁଆ , ଚିଲିକା ମାଛ ” ଦେଖାଇ ଉପଦେଶ ଦେଉଛନ୍ତି ଯେ, କିଛି ମାଲ ପକେଇ ଏନକ୍ରୋଜମେଣ୍ଟ କେଶ କରି ଅମୁକ ବର୍ଷ ରୁ ଦଖଲ ରେ ଅଛନ୍ତି ବୋଲି ଆମ୍ଭେ ଦେଖାଇ ଦେବା ଫଳରେ କୋର୍ଟ ରୁ “ଷ୍ଟେ ଅର୍ଡର୍” ଆଣିବା ସହଜ ହେବ । କେହି କିଛି କରି ପାରିବେ ନାହିଁ ବୋଲି କହି ଆଇନ ବିଶାରଦ ପାଲଟି ଯାଇଛନ୍ତି ଏବଂ ମୋଟା ମାଲ ପକାଇ ବର୍ଷା ଦିନକୁ ବେଶ୍ ଉପଭୋଗ ସହିତ ଥଣ୍ଡା,ଗରମ ଟିକେ ନେଇ ମନକୁ ହାଲକା ସହିତ ମୁଣ୍ଡରେ ଅବାନ୍ତର ଆଇନ୍ ରଚନା କରି ପରାମର୍ଶ ଦେଉଛନ୍ତି । ଜବର ଦଖଲକାରୀ ମାନେ ଜାଣିବା ଦରକାର ଯେ, ଯଦି ଏହା କାର୍ଯ୍ୟ ରେ ଆସୁଥାନ୍ତା ତେବେ ପଇସା ଖର୍ଚ୍ଚ କରି ଯିଏ ଯୁଆଡେ ଶହ ଶହ ଏକର ଜମି ମାଡିବସି ନେଇ ଯାଆନ୍ତେ । ଜବର ଦଖଲକାରୀ ମାନେ ଜାଣିବା ଦରକାର ଯେ, ଏହା କୌଣସି କାମ ରେ ଆସିବ ନାହିଁ । ଏହି ନିୟମ ଅଧିନରେ କିଏ ଆସିବ ତାହା ଜାଣିବା ଦରକାର । ଏହି ଏନକ୍ରୋଜମେଣ୍ଟ କେଶ ବଳରେ ପ୍ରମାଣିତ ହୋଇଯିବ ଯେ, ଜବର ଦଖଲ କିଏ କରିଛି ଏବଂ କେତେ ଜମି ତାହାର ପରିମାଣ ମଧ୍ୟ , ତେବେ ଜବର ଦଖଲ ଉଚ୍ଛେଦ ସହଜ ହେବ । ଏହି ଅଞ୍ଚଳରେ ପାଣି ମାହାର, ଗୋଚର ତଥା ସରକାରୀ ଜମିକୁ କିଛି ଲୋକ ଫର୍ଜି ପଟ୍ଟା ଦେଖାଇ ବିକ୍ରୟ ମଧ୍ୟ କରିଥିବା ଖବର ମିଳିଛି । ବିଚରା ଜମି କ୍ରେତା , ପରେ ଜାଣିଲା ବେଳକୁ ମାଫିଆ ଙ୍କୁ ଡରି ଚୁପ୍ ରହିବା ଶ୍ରେୟସ୍କର ମଣୁଛନ୍ତି। ତାଳଚେର ତହସିଲ ଅନ୍ତର୍ଗତ କିଛି ଯାଗା କୁ ପରେ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ପଟ୍ଟା ପ୍ରଦାନ କରିଥିବା ଚର୍ଚ୍ଚା ହୁଏ ତେଣୁ ଏହି ସବୁ ଜମିର ଶାବକ ପଟ୍ଟା କୁ ତଦନ୍ତ କଲେ ବହୁ ତଥ୍ୟ ପଦାକୁ ଆସିବ । ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟ ସରକାର ଆଇନ୍ କାନୁନ୍ ଅନୁଯାୟୀ ଦୁର୍ନୀତି ନିବାରଣ ଏବଂ ଜମି ମାଫିଆ ଙ୍କୁ ସାବାଡ ପାଇଁ ପ୍ରଥମେ ଆଡଭୋକେଟ ଜେନେରାଲ ରୂପେ ହାଇକୋର୍ଟ ର ବରିଷ୍ଠ ତଥା ବିଜ୍ଞ ଓକିଲ ପିତାମ୍ବର ଆଚାର୍ଯ୍ୟ ଙ୍କୁ ନିଯୁକ୍ତ କରିଛନ୍ତି । ସୂଚନା ଯୋଗ୍ୟ ଯେ, ହାଟତୋଟା ମୁଖ୍ୟ ମାର୍କେଟ ର ରାସ୍ତା ଉଭୟ ପାର୍ଶ୍ଵ ରେ ଅନେକ ମୂଲ୍ୟବାନ ସରକାରୀ ଜମି କୁ ଜବରଦଖଲ କରି କିଛି ଲୋକ ଷ୍ଟଲ୍, ମଲ ଆଦି ନିର୍ମାଣ ପୂର୍ବକ ଭଡ଼ା ସୂତ୍ରରେ ଦେଇ ବେଶ୍ ମୁନାଫା ଉଠଉଛନ୍ତି । ଆଉ କିଛି ଲୋକ ଲିଜ୍ ଜମିକୁ ବେଆଇନ୍ ଭାବେ ଲୀଜ୍ ସର୍ତ୍ତ ର ଖିଲାପ କରି ମଲ ଆଦି କରିବା ପାଇଁ ଭଡ଼ା ସୂତ୍ରରେ ଲଗାଇ ଈଲିସି ଖାଉଛନ୍ତି । ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ କରି ଜମି ଚିହ୍ନଟ କରାଯିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।