
ଯାଜପୁର ( ଅଭିମନ୍ୟୁ ମିଶ୍ର, କଳିଙ୍ଗପ୍ରଭା ଟିଭି ) : ଯାଜପୁର ଜିଲ୍ଲା ର ବ୍ୟାସନଗର ସ୍ଥିତ ସ୍ଥାନୀୟ କେ. କେ. ସି. କାର୍ଯ୍ୟlଳୟ ଠାରେ ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ଙ୍କ ସଭାପତିତ୍ୱଏକ ବୈଠକ ଅନୁଷ୍ଠିତ ହୋଇ ଥିଲା l ସମ୍ପ୍ରତି ଜୁଲାଇ ୭ ତାରିଖ ପୁରୀରାଜଭବନ ରେ ଜଣେ କାର୍ଯ୍ୟରତ ଏ. ଏସ. ଓ. ବୈକୁଣ୍ଠନାଥ ପ୍ରଧାନ ଙ୍କଉପରେ ହୋଇଥିବା ମରଣାତ୍ମକଆକ୍ରମଣ ଘଟଣା କୁ ଦୃଢ଼ କରା ଯାଇ ଥିଲା l ଘଟଣା ଘଟିବା ର ୧୪ ଦିନ ଅତିବାହିତ ହୋଇଥିଲେ ମଧ୍ୟ ଦୁର୍ବୃତ୍ତ ମାନଂକ ବିରୁଦ୍ଧ ରେ କୌଣସି କାର୍ଯ୍ୟାନୁଷ୍ଠାନ କାରା ଯାଇ ନ ଥିବାରୁ ରାଜ୍ୟ ଅଣ ସଙ୍ଗଠିତ ଶ୍ରମିକ ଓ କର୍ମଚାରୀ କଂଗେସ କମିଟି ପକ୍ଷରୁ ଏହିଘଟଣା କୁ ଦୃଢ ନିନ୍ଦା କରାଯାଇଛି ସଂପୃକ୍ତ ଥିବା ଆକ୍ରମଣକାରି ଙ୍କୁ ରାଜ୍ୟସରକାର ଘଣ୍ଟ ଘୋଡାଉଛନ୍ତି. ଏହାର ପ୍ରତିବାଦ ରେ ଆସନ୍ତା ଜୁଲାଇ ୨୨ ତାରିଖ ରେ ବିଧାନସଭା ଅଧିବେଶନ ଆରମ୍ଭ ହେଉଚି l ଏହି ପରିପେକ୍ଷୀରେ ରାଜ୍ୟ ପାଳ ଙ୍କ ଅଭି ଭାଷଣ ଙ୍କୁ ବିରୋଧୀ ଦଳର ସମସ୍ତ ବିଧାୟକ ବର୍ଜନ କରିବାକୁ ଅଣ ସଂଗଠିତ ଶ୍ରମିକ ଓ କର୍ମଚାରୀ କମିଟି ପକ୍ଷରୁ ଅନୁରୋଧ କରା ଯାଇଚି. ଏହି ଦିନକୁ କଳା ଦିବସ ଭାବେ ସାରାଓଡ଼ିଶାରେ ପାଳନ କରିବାକୁ ରାଜ୍ୟ କମିଟି ଡାକରା ଦେଇଛି. ଏଠାରେ ସୂଚନା ଯୋଗ୍ୟ ଜୁଲାଇ ୭ ତାରିଖଏ. ଏସ. ଓ.ଶ୍ରୀନାଥ ଙ୍କ ଉପରେ ହୋଇଥିବା ଆକ୍ରମଣ କାରି ଖୋଦ ରାଜ୍ୟପାଳ ରଘୁବର ଦାସ ଙ୍କ ପୁଅ ଲଳିତ କୁମାର ଓ ୫ ଜଣ ଝାରଖଣ୍ଡି ବିହାରୀ ଗୁଣ୍ଡା ସମ୍ପୃକ୍ତ ଅଛନ୍ତି
ରାଜ୍ୟ ପାଳ ଙ୍କ ପୁତ୍ର ହୋଇ ଥିବାରୁ ରାଜ୍ୟ ସରକାର ନୀରବ ଦ୍ରଷ୍ଟା ସାଜିଛନ୍ତି l ଏ. ଏସ. ଓ. ଶ୍ରୀ ପ୍ରଧାନମହାମହିମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ତାଙ୍କୁ ରାତାରାତି ବିନା ପୋଷ୍ଟ ରେ ଗୃହବିଭାଗ କୁ ବଦଳି କରିବା ଓଡ଼ିଆ ଅସ୍ମିତା ଉପରେ ଶକ୍ତ ଆଘାତ ବୋଲି କମିଟି ର ସଭାପତି ଶ୍ରୀ ମହାନ୍ତି କ୍ଷୋଭ ପ୍ରକାଶ କରିବା ସହିତ ବିଧାନସଭା ଆରମ୍ଭ ଦିନକୁ ସବୁ ଜିଲ୍ଲା ର କମିଟି ପକ୍ଷରୁ କଳା ଦିବସ ଭାବେ ପାଳନ କରିବା ସହିତ ଜିଲ୍ଲାପାଳ ମାନଙ୍କ ଜରିଆରେ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ଦାବି ପତ୍ର ଦେବାକୁ ନିଷ୍ପତି ଗ୍ରହଣ କରା ଯାଇଛି ବୋଲି ଶ୍ରୀ ମହାନ୍ତି ବିଭନ୍ନ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି.l