5କେଜି 500ଗ୍ରାମ ଗଞ୍ଜେଇ ଶହ ଦୁଇ ଅଭିଯୁକ୍ତ ଗିରଫ

ଝାରବନ୍ଧ(କାର୍ତ୍ତିକ ବରିହାଙ୍କ ରିପୋର୍ଟ)ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଛତିଶଗଡ ସୀମାନ୍ତ ଧଉରାଭଟା ଛୋକ ଠାରେ ଯାଚ ସମୟରେ 5କେଜି 500ଗ୍ରାମ ଗଞ୍ଜେଇ ଧରା ପଡିଛି l ଓଡିଶା ଛତିଶଗଡ ଅଭିମୁଖେ ଗୋଟିଏ ହିରୋ ଏଚ ଏଫ ଡୀଲକ୍ସ ବାଇକରେ ଛତିଶଗଡ ଅଞ୍ଚଳର ଦୁଇ ଜଣ ଯୁବକ ସତ୍ୟମ ସାରଥୀ ଓ ସୋମଦେବ ସୂର୍ଯ୍ୟବଂଶୀ ଗଞ୍ଜେଇ ଚାଲାଣ କରୁଥିଲେ ଓ ଜଗଦଳପୁର ପୋଲିସର ଯାଞ୍ଚ ସମୟରେ ଧରାପୋଡିଛନ୍ତି l ସେମାନଙ୍କ ଠାରୁ ଗଞ୍ଜେଇ, ଚାଲାଣରେ ବ୍ୟବହୃତ ମୋଟରସାଇକେଲ, ଗୋଟିଏ ମୋବାଇଲ ଫୋନ ଓ 285ନଗଦ ଟଙ୍କା ଜବତ କରାଯାଇଛି l ଏ ସଂକ୍ରାନ୍ତରେ ଜଗଦଳପୁର ଥାନାରେ ଏକ ମାମଲା ରୁଜୁକରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଜଗଦଳପୁର ଥାନାଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ l

Leave a Reply

Your email address will not be published. Required fields are marked *