
ଅତାବିରା(କାର୍ତ୍ତିକ ବରିହା): ବରଗଡ ଜିଲ୍ଲା ଅତାବିରା ଥାନା ଅଧୀନ ଝିଲିମିଣ୍ଡା ପଂଚାୟତ କ୍ଷୀରାପାଳି ଗ୍ରାମର 31ବର୍ଷିଆ ଯୁବକ ହିମାଂଶୁ ସେଟଙ୍କ ଆଜି ମଧ୍ୟାହ୍ନ 12ଟାରେ ଭୀମସାର ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେଇଯାଇଛି l ସୂଚନା ଅନୁସାରେ ଶନିବାର ରାତି ପ୍ରାୟ 12ଟା ସମୟରେ ହିମାଂଶୁ ବରଗଡରୁ କାମସାରି ନିଜେ ରହୁଥିବା ପ୍ରଧାନପାଳି ଗାଁକୁ ଫେରୁଥିବା ସମୟରେ ବରଗଡ ଅନୁରାଗ ହୋଟେଲ ସମ୍ମୁଖରେ ବିପରିତ ଦିଗରେ ଆସୁଥିବା ଏକ ଅଜଣା ଗାଡି ଧୋକା ଦେଇଥିଲା l ଯାହା ଫଳରେ ସେ ଆହତ ହେଇଥିଲେ l ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାରକରି ଭୀମସାର ବୁର୍ଲାକୁ ଆଣିଥିଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି l