କଣ୍ଟାବାଞ୍ଜି: ମିନି ଷ୍ଟାଡିୟମ ପାଲଟିଛି ଆବର୍ଜନା କୁଣ୍ଡ

କଣ୍ଟାବାଞ୍ଜି, (ଜୁଗଳ କିଶୋର ଶବର ଙ୍କ ରିପୋର୍ଟ): ରାଜ୍ୟ ସରକାର ଦିନକୁ ଦିନ ଖେଳ ଏବଂ ଖେଳାଳିଙ୍କ ଉନ୍ନତି ପାଇଁ ନୂତନ ପନ୍ଥା ଅବଲମ୍ବନ କରିବା ସହିତ ଅନେକ ଜାଗାରେ ମିନି ଷ୍ଟାଡିୟମ ନିର୍ମାଣ କରି ଖେଳାଳି ମାନଙ୍କୁ ଉତ୍ସାହିତ କରୁଛନ୍ତି । ସେହିଭଳି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେ ମଧ୍ୟ ଖେଳାଳି ମାନଙ୍କ ପାଇଁ ୱାର୍ଡ ନମ୍ବର ୧୪ ରେ ଏକ ମିନି ଷ୍ଟାଡିୟମ ତିଆରି କରାଯାଇଛି କିନ୍ତୁ ଆଜି ଯାଏ ସେହି ଷ୍ଟାଡିୟମ ତିଆରି କାର୍ଯ୍ୟ ସମ୍ପୂର୍ଣ ହୋଇନାହିଁ । ବର୍ତ୍ତମାନ ସେହି ଷ୍ଟାଡିୟମକୁ ଡମ୍ପିଂୟାର୍ଡ୍ ଭାବରେ ବ୍ୟବହାର କରି ସହରର ଆବର୍ଜନା ସେହି ମିନି ଷ୍ଟାଡିୟମ ରେ ଫିଙ୍ଗା ଯାଉଥିବା ଦେଖିବାକୁ ମିଳୁଛି। ସହର ବାହାରେ ଡମ୍ପିଂୟାର୍ଡ୍ ଥାଇ ମଧ୍ୟ କେଉଁ ଉଦେଷ୍ୟରେ ଏହି ମିନି ଷ୍ଟାଡିୟମ ରେ ଆବର୍ଜନା ଫିଙ୍ଗା ଯାଉଛି ତାହା ତଦନ୍ତ ସାପେକ୍ଷ ଅଟେ ।

Leave a Reply

Your email address will not be published. Required fields are marked *