ଧର୍ମଗଡ: ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଧର୍ମଗଡ (ସନତ ପ୍ରଧାନୀ): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଟିକେଚନ୍ଦ୍ର ମାଝୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା I ଏହି ଅବସରରେ ଆୟୋଜିତ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମନାରାୟଣ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ମୋହନ ଯୋଶୀ, ପ୍ରଭାତ କୁମାର ଖମାରି, ବରିଷ୍ଠ ସାମ୍ବାଦିକ ତଥା ସମାଜସେବି ଶେଷଦେବ ବେହେରା, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଲଳିତ କୁମାର ନାଏକ ଓ ବିଭାଗୀୟ ଅଧିକାରୀ ଶୋଭାରାମ ଜାଲ ପ୍ରମୁଖ ମଞ୍ଚାସିନ ଥିଲେ I ଏହା ସହ ଚଳିତ ମାସରେ ଅବସର ଗ୍ରହଣ କରିଥିବା ଦୁଇ ଜଣ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ବାଗ ଓ ଋଷିମଣି ବାଣୁଆ ଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ଗତ ମାଟ୍ରିକ ବୋର୍ଡ଼ ପରୀକ୍ଷା ରେ ବ୍ଲକ ରେ ସର୍ବୋଚ୍ଚ ନମ୍ବର ହାସଲ କରିଥିବା ସୌମ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ କାର୍ଯ୍ୟାଲୟର ପଦୋନ୍ନତି ପାଇଥିବା ପୂର୍ବ କନିଷ୍ଠ କିରାଣୀ ଦେବେନ୍ଦ୍ର ଶବର ଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଜ୍ଞ୍ୟାପନ କରାଯାଇଥିଲା I ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତଥା ସମସ୍ତ ସିଆରସିସି ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ପୁର୍ଣଚନ୍ଦ୍ର ପଣ୍ଡା, ସଞ୍ଜୟ କୁମାର ପଣ୍ଡା ଉପସ୍ଥିତ ଥିବାବେଳେ ସିଆରସିସି କୁଚାଗାଁ ଅନନ୍ତ ନାରାୟଣ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ସିଆରସିସି ପୋଡାଖୋଲ ନବ କିଶୋର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ I

Leave a Reply

Your email address will not be published. Required fields are marked *