
ଭଞ୍ଜନଗର (ବବି ରଥ): ଘୁମୁସର ସ୍ଵତନ୍ତ୍ର ଜିଲ୍ଲା ଦାବିରେ ଆଜି ଘୁମୁସର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆବାହତ୍ୱରେ ଭଞ୍ଜନଗର ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି।
ସକାଳ ୬ ଟାରୁ ପିକେଟିଂ ଆରମ୍ଭ କରାଯାଇଛି । ଯାନବାହାନ ଗମନାଗମନ ବନ୍ଦ ରହିବା ସହ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ୪୦ରୁ ଅଧିକ ଅନୁଷ୍ଠାନ ଏହି ବନ୍ଦ ପାଳନକୁ ସହଯୋଗ କରିଥିଲେ। ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଫାଇଲ ତଳେ ଦବି ଯାଇଥିବା ଏହି ଜିଲ୍ଲା ଆନ୍ଦୋଳନକୁ ଅଞ୍ଚଳବାସୀ ଙ୍କ ସହଯୋଗ ମିଳିଥିବାରୁ ଜନସାଧରଣଙ୍କୁ କମିଟି ଧନ୍ୟବାଦ ଜଣାଇଛି। ଭବିଷ୍ୟତରେ ଘୁମୁସର ଜିଲ୍ଲା ମାନ୍ୟତା ପାଇଲେ ଅଞ୍ଚଳବାସୀ ଅଧିକରୁ ଅଧିକ ସୁବିଧା ପାଇ ପାରିବେ ବୋଲି ଜନସାଧରଣ ହୃଦୟଙ୍ଗମ କରିଛନ୍ତି।
ଏହି ବନ୍ଦକୁ କଂଗ୍ରେସ, ବିଜେପି, ସାମାଜିକ ସଂଗଠନ ଓ ସାମ୍ବାଦିକ ସଂଘ ସମର୍ଥନ କରିଛନ୍ତି । ଏହି ବନ୍ଦରେ ସ୍କୁଲ, କଲେଜ ଓ ଜରୁରୀକାଳିନ ସେବାକୁ ବାଦ ଦିଆଯାଇଛି ।