ଜମ୍ମୁ କାଶ୍ମୀର ପହଲଗାମ ରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଲା ସାଲ୍ୟୁଟ ତିରଙ୍ଗା ।

କଟକ, : ଜମ୍ମୁ କାଶ୍ମୀର ର ପହଲଗାମ୍ ରେ ନିକଟ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି ।ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟଣା ରେ ସ୍ଥାନୀୟ କେତେକ ଲୋକଙ୍କ ସହ ବହୁ ପର୍ଯ୍ୟଟକ ଜୀଵନ ହରାଇଛନ୍ତି । ସେହି ସହିଦଙ୍କ ସ୍ମୃତିରେ ରାଷ୍ଟ୍ରବାଦୀ ସଂଗଠନ ସାଲ୍ୟୁଟ ତିରଙ୍ଗା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଓଡ଼ିଶା ଶାଖା ର ରାଜ୍ୟ ସଭାପତି ଶୈଳେଶ ବର୍ମାଙ୍କ ଅଧ୍ୟକ୍ଷତା ରେ ମାରୱାଡ଼ି କ୍ଳବ୍ ପରିସର ରେ ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା ରାକେଶ ସିଂଘି କରିଥିବା ବେଳେ ଏହି ଶ୍ରଦ୍ଧାଞ୍ଜଳି ସଭା ରେ କଟକ ମାରୱାଡ଼ି ସମାଜ ର ସଭାପତି ସଞ୍ଜୟ ଶର୍ମା, ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମାଜ ର ସୁରେଶ କମାନି, ସାଲ୍ୟୁଟ ତିରଙ୍ଗା ର ଯୁଗ୍ମ ସମ୍ପାଦକ ମୁକୁନ୍ଦ ସିହ୍ନା, ଡ଼ଃ ଦ୍ଵିପାୟନ ପଟ୍ଟନାୟକ, ପ୍ରକାଶ ଅଗ୍ରୱାଲ ସଞ୍ଜୟ ଓଝା ପ୍ରମୁଖ ସାମିଲ ହୋଇ ନିଜର ଅଭିଭାଷଣ ପ୍ରଦାନ କରି ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ । ସ୍ବର୍ଗତ ଆତ୍ମଙ୍କ ସଦ୍ଗତି ଉଦ୍ଦେଶ୍ୟ ରେ ଏହି ସଭା ର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ର ଆରମ୍ଭ ରେ ସାମୁହିକ ଭାବେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯାଇଥିଲା । ଆଉ ତା ପରେ ମହମବତୀ ଜଳାଇ ପହଲଗାମ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଭାରତ ମାତା କି, ଜୟ ବନ୍ଦେ ମାତରଂ ଧ୍ଵନି ରେ ପୁରା ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ଏହି ଅବସର ରେ ନିଜର ଅଭିଭାଷଣ ରଖି ସାଲ୍ୟୁଟ ତିରଙ୍ଗା ର ରାଜ୍ୟ ସଭାପତି ଶ୍ରୀ ବର୍ମା କହିଥିଲେ କି, ଏହି ଆକ୍ରମଣ ସମଗ୍ର ଭାରତ ର ଆତ୍ମ ପ୍ରତି ଆକ୍ରମଣ । ହେଲେ ଏଭଳି ଭିରୁ ତଥା ହୀନ କାର୍ଯ୍ୟରେ ଆମେ ଡରିଯିବୁ ନାହିଁ । ଆମେ ସବୁ ବେଳେ ଆତଙ୍କବାଦ ବିରୁଦ୍ଧ ରେ ଏକଜୁଟ ଅଛୁ ।ଏହି ସଭାରେ ବିଭିନ୍ନ ସଂଗଠନ ର ଯୁବକମାନେ ମଧ୍ୟ ନିଜର ବିଚାର ଅଭିବ୍ୟକ୍ତ କରିଥିଲେ । ନିର୍ମଳା ପୂର୍ବା ଙ୍କ ଏକ ସୁନ୍ଦର ରାଷ୍ଟ୍ର ଗୀତ “ଏ ମେରେ ୱାତନ୍ କେ ଲୋଗୋ” ସହିତ କାର୍ଯ୍ୟକ୍ରମ ଶେଷ ହୋଇଥଲା । ଯାହା ଏକ ଭିନ୍ନ ମହୋଲ ସୃଷ୍ଟି କରିଥିଲା । ଏହି କାର୍ଯ୍ୟକ୍ରମ ସଫଳ କରିବାରେ ସାଲ୍ୟୁଟ ତିରଙ୍ଗା ସଂଗଠନ ର ପଦାଧିକାରୀ ତଥା କର୍ମକର୍ତ୍ତାଙ୍କ ବିଶେଷ ଯୋଗଦାନ ରହିଥିଲା । ଧନ୍ୟବାଦ ରବି ଅଗ୍ରୱାଲ ଦେଇ ଥିଲେ!

Leave a Reply

Your email address will not be published. Required fields are marked *