ବିଜ୍ଞାନ ପ୍ରଚାର ସମିତି ର ପାକ୍ଷୀକ ଅଧିବେଶନ

କଟକ, : ୨୭.୦୪ ୨୫ ତାରିଖ ବିଜ୍ଞାନ ପ୍ରଚାର ସମିତିର ଏକ ଅଧିବେଶନ ଆଜି ଅପରାହ୍ନରେ ଦୋଳମୁଣ୍ଡାଇ ସ୍ଥିତ କାର୍ଯ୍ୟାଳୟ ପରିସରରେ ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ସମିତି ର ଆଜୀବନ ସଦସ୍ୟ ବୀର କିଶୋର ବାରିକ ଙ୍କ ଦେହାନ୍ତ ରେ ଏକ ମିନିଟ ପାଇଁ ନୀରବ ପ୍ରାର୍ଥନା କରାଯାଇ ଏକ ଶୋକ ପ୍ରସ୍ତାବ ଗୃହୀତ ହୋଇଥିଲା। ଶ୍ରୀ ମହେନ୍ଦ୍ର କୁମାର କାୟସ୍ଥ ସ୍ମୃତି ଚାରଣ କରି ସ୍ବର୍ଗତ ବୀର କିଶୋର ଜଣେ ଶାନ୍ତ, ସରଳ ଏବଂ ବିଜ୍ଞାନ ପ୍ରେମୀ ବନ୍ଧୁ ଥିଲେ ବୋଲି କହିଥିଲେ। ଏହି ଅଧିବେଶନର ପ୍ରବନ୍ଧ ପାଠ କାର୍ଯ୍ୟକ୍ରମ ରେ ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁଙ୍କ ପ୍ରବନ୍ଧ ଥିଲା ‘ ଜ୍ଞାନଗତ ବୁଦ୍ଧି ଓ ଆବେଗଗତ ବୁଦ୍ଧି ‘ , ଡାକ୍ତର ସଚ୍ଚିଦାନନ୍ଦ ଶତପଥୀ ଙ୍କ ପ୍ରବନ୍ଧ ‘ ପେଟର ବାୟୁଦୋଷ ‘ ଡାକ୍ତର ବରଦା ଚରଣ ମହାନ୍ତି ଙ୍କ ପ୍ରବନ୍ଧ ‘ ବିଶ୍ଵର ସର୍ବ ବୃହତ୍ ମଞ୍ଜି ସମୁଦ୍ର ନଡ଼ିଆ, ଡଃ ସୁବାସିନୀ ଲେଙ୍କା ଙ୍କ ପ୍ରବନ୍ଧ ‘ ପଲିମରର ଉପକାରିତା ଓ ଅପକାରିତା, ଡଃ ହେମନ୍ତ ପରିଡ଼ା ଙ୍କ ପ୍ରବନ୍ଧ ‘ ମଣିଷ ର ଆୟୁଷ ଶତାୟୁ ହେବାର ଅଭିଳାଷ , ପ୍ରଫେସର ଭାରତୀ ବେହେରା ଙ୍କ ପ୍ରବନ୍ଧ ‘କାର୍ବନ ଫୁଟ୍ ପ୍ରିଣ୍ଟର ସୁପରିଚାଳନା ‘ ଡଃ ଆଶୁତୋଷ ଦେବତା ଙ୍କ ପ୍ରବନ୍ଧ ‘ ଜଳବାୟୁ ପରିବର୍ତ୍ତନର ପଦଚିହ୍ନ ‘ ଡଃ ଶିବ ଶଙ୍କର ନାୟକ ଙ୍କ ପ୍ରବନ୍ଧ ‘ ଭୀଷଣ ରୌଦ୍ରତାପ ସୃଷ୍ଠି ପଛରେ ରହିଥିବା ବିଜ୍ଞାନ ‘ ଡଃ ଦେବେନ୍ଦ୍ର ନାଥ ସାହୁ ଙ୍କ ପ୍ରବନ୍ଧ ‘ ବିଦ୍ୟୁତ୍ ବିଜ୍ଞାନ ର ସଂକ୍ଷିପ୍ତ ଇତିହାସ ‘ ବ୍ରଜବନ୍ଧୁ ପୃଷ୍ଟି ଙ୍କ ପ୍ରବନ୍ଧ ‘ ବିଜ୍ଞାନ ଜଗତର ସମ୍ରାଟ ନିୟୁଟନ୍ ‘ ପାଠ କରାଯାଇଥିଲା। ଉପସ୍ଥିତ ଅନ୍ୟ ସଭ୍ୟମାନେ ଥିଲେ ଇଂ ଧୀରେନ୍ଦ୍ର କୁମାର ବିଶ୍ବାଳ , ଡାକ୍ତର ସୁଲିପ୍ତ କୁମାର ମହାନ୍ତି , ଡାକ୍ତର ଅକ୍ଷୟ କୁମାର ମିଶ୍ର , ଶ୍ରୀ ନିରଞ୍ଜନ ପାତ୍ର, ଡଃ ଅକ୍ଷୟ କୁମାର ଦାଶ, ଡାକ୍ତର ଦୀପକ ରାଜ, ସୁଲୋଚନା ଦାଶ । ସମ୍ପାଦକ କବିତା ପାଟ୍ଟଶାଣୀ ବିବରଣୀ ପାଠ କରିଥିଲେ ଏବଂ ଯୁଗ୍ମ ସମ୍ପାଦକ ଶ୍ରୀ ଅରବିନ୍ଦ କର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *