ବିଶ୍ଵ ହିନ୍ଦୁପରିଷଦ ବଡ଼ଚଣା ପ୍ରଖଣ୍ଡ ପକ୍ଷରୁ ହିନ୍ଦୁ ଏକତା ସଭା ଅନୁଷ୍ଟିତ।

ଚଣ୍ଡିଖୋଲ ୨୦/୪(କ ବ୍ୟୁ) ; ପବିତ୍ର ହନୁମାନ ଜନ୍ମୋତ୍ସବ ସପ୍ତାହ ପାଳନ ଅବସରରେ ଚଣ୍ଡିଖୋଲ ଖଣ୍ଡ ଓ ବଡଚଣା ପ୍ରଖଣ୍ଡ ଆନୁକୁଲ୍ୟରେ ଚଣ୍ଡିଖୋଲ ସ୍ଥିତ ଶାନ୍ତି ମଣ୍ଡପ ଠାରେ ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ହିନ୍ଦୁ ଏକତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ବିଶ୍ଵ ହିନ୍ଦୁ ପରିଷଦ ସମ୍ପାଦକ ରାଜକିଶୋର ମଲ୍ଲିକ ଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବଜରଙ୍ଗ ଦଳ ରାଷ୍ଟ୍ରୀୟ ସଂଯୋଜକ ନିରଜ ଡୋନରିଆ ଯୋଗଦେଇ ହିନ୍ଦୁ ସମାଜକୁ ସଂଗଠିତ କରିବା,ମଜବୁତ କରିବା, ହିନ୍ଦୁ ଧର୍ମ ର ସେବା ଓ ସୁରକ୍ଷା କରିବା, ହିନ୍ଦୁ ମଠ ମନ୍ଦିର ନିର୍ମାଣ, ଗୋସୁରକ୍ଷା ଓ ଧର୍ମାନ୍ତିକରଣ ବନ୍ଦ କରିବା ଆଦି ଉପରେ ଆଲୋଚନା କରିଥିଲେ। ବଡଚଣା ବିଧାୟକ ଅମର ନାୟକ ହିନ୍ଦୁ ମାନଙ୍କ ମଧ୍ୟରେ ଥିବା ଏକତା ଭାଇଚାରା ଶୃଙ୍ଖଳାକୁ ନଷ୍ଟ କରିବା ପାଇଁ ବାହ୍ୟ ଶତ୍ରୁ ମାନେ ବାରମ୍ବାର ଚେଷ୍ଟା କରିଥିଲେ। ବିଭିନ୍ନତା ମଧ୍ୟରେ ଏକତା ହିଁ ଆମ ଜାତୀୟତାର।ଏକ ସଶକ୍ତ ଓ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ଆମେ ସମସ୍ତେ ସାମଗ୍ରିକ ଭାବେ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂଘ ଚାଳକ ବଟକୃଷ୍ଣ ଜେନା, ବଜରଙ୍ଗ ପ୍ରାନ୍ତ ସଂଯୋଜକ ପ୍ରଭାତ କୁମାର ତ୍ରିପାଠୀ,ବିଭାଗ ସଂଯୋଜକ ଚନ୍ଦ୍ର କାନ୍ତ କର, ବିଶ୍ଵ ହିନ୍ଦୁ ପରିଷଦ ଜିଲ୍ଲା ସଭାପତି ସମିର କୁମାର ନାୟକ, ସହ ସଂଯୋଜକ ଚିତ୍ତ ରଂଜନ ବିନ୍ଧାଣୀ, ହିମାଂଶୁ ଶେଖର ବଳ, ବଳ ପ୍ରମୁଖ କ୍ରୀତ୍ତି ରଞ୍ଜନ ରାଉତ କୋଷାଧ୍ୟକ୍ଷ ଯଶୋବନ୍ତ ଦାସ, ମାତୃ ଶକ୍ତି ରାଜ୍ୟ ସଂଯୋଜୀକା ଝରଣା ଦାସ, ମାତୃ ଶକ୍ତି ଜିଲ୍ଲା ସଂଜୋଜିକା ଗୀତାଞ୍ଜଳୀ ମିଶ୍ର, ଅଧିବକ୍ତା ସୁରେଶ ଚନ୍ଦ୍ର ପଣ୍ଡା ସମେତ ବହୁ ବରିଷ୍ଠ କର୍ମକର୍ତ୍ତା ଯୋଗଦେଇଥିଲେ। ଆରମ୍ଭରୁ ବନ୍ଦାଳ ସ୍ଥିତ ହନୁମାନ ମନ୍ଦିର ରେ ପୂଜାର୍ଚ୍ଚନା କରି ବଡଚଣା ପ୍ରଖଣ୍ଡ ସଭାପତି ହେମଶ ଜେନା ଙ୍କ ନେତୃତ୍ଵରେ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ବନ୍ଦା ଳ ଛକ ରୁ ବାହାରି ନେଉଳପୁର ଦେଇ ଚଣ୍ଡିଖୋଲ ଶାନ୍ତି ମଣ୍ଡପ ଠାରେ ଏକ ସଭାର ଆୟୋଜନ କରାଯାଇ ଥିଲା। ଶେଷରେ ହେମସକୁମାର ଜେନା ଧନ୍ୟ ବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *