
ଚଣ୍ଡିଖୋଲ ୨୦/୪(ଶ୍ରୁମି)ବଡଚଣା ଶିକ୍ଷା ମଣ୍ଡଳ ଅଧିନସ୍ଥ ଦର୍ପଣୀଗଡ ସ୍ଥିତ ଲାଲବାହାଦୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଅର୍ପିତା ପ୍ରିୟଦର୍ଶନୀ ସାହୁ ଜାତୀୟ ମେଧା ବୃତ୍ତି(୨୦୨୪) ପରୀକ୍ଷାରେ କୃତିତ୍ବ ଅର୍ଜନ କରି ବିଦ୍ୟାଳୟ ପାଇଁ ଗୌରବଅର୍ଜନ କରିଛନ୍ତି। ଦର୍ପଣୀଗଡ ଗ୍ରାମର ଅଶୋକ କୁମାର ସାହୁ ଓ ସ୍ଵର୍ଣ୍ଣ ପ୍ରଭା ସାହୁ ଙ୍କ ଝିଅ ଅର୍ପିତା ଜଣେ ମେଧାବୀ ଛାତ୍ରୀ ଭାବରେ ବିଦ୍ୟାଳୟ, ଜିଲ୍ଳା ଓ ରାଜ୍ୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି। ଅର୍ପିତା ଙ୍କ ଏହି ସଫଳତାରେ ବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି। ପ୍ରଧାନ ଶିକ୍ଷକ,ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ସହପାଠୀ ଅର୍ପିତା କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।