ଝିଅ ଜନ୍ମ ପର ଘରକୁ

ସଂସାର ହାଟରେ ଜୀବନ ସଉଦା
କିଣାବିକା ଭାରି କଷ୍ଟ
ପିତାମାତା ଚିନ୍ତା ଘୁରି ଯାଏ ମଥା
ବିବାହ ଦବା ଯେ ଶ୍ରେଷ୍ଠ।
ସନ୍ତାନ ସଂପତ୍ତି ଏ ଆମ ସଂସ୍କୃତି
ବିବାହ ବ୍ରତ ଉତ୍ସବ
ଆଜି କାଲି ଯୁଗ ଅର୍ଥର ସୁଯୋଗ
ଶୁଭ ମାଙ୍ଗଳିକ ପର୍ବ।
ଝିଅ ଢାଳୁ ଥାଏ ଲୁହରେ ତରଣୀ
ବନ୍ଧୁ କରୁଥାଏ ତୁନି
ଅମାପ ସେନେହ ମାପି ହୁଏ ନାହିଁ
ଭାଗ୍ୟ ହବ ତା’ର ସ୍ବାମୀ ।
ଆଞ୍ଜୁଳୀ ଚାଉଳ ଶାଶୁ ଘରଯାଆ
ବାପଘର ସ୍ନେହ ଭୁଲି
ସଂସାର ତୁ ଗଢ ଆରାମରେ ରହ
ଏତିକି ଆଶିଷ କଲି।
ତୋ ଶାଶୁ ଶଶୁର କର ତୁ ଆଦର
ସର୍ବ ମନ ନେଇ କାମ
ଭଲ ପରିଚିତ ଭାବରେ ଉତ୍ତମ
ବ୍ୟବହାର ଥିବଦାମ।
ଝିଅ ଜନମ ଲୋ ପରର ଘରକୁ
ଏତ ବିଧିର ବିଧାନ
ଦିନେ ତ ନବାକୁ ହବ ତ ମେଲାଣି
ପ୍ରଜାପତି ସମ୍ବିଧାନ।
ରାଧା କୃଷ୍ଣ ଭାବ ସେନେହ ଗୈାରବ
ଭକ୍ତି ଜୀବନ ଧନ
ଦୁହିଁଙ୍କ ମିଳନ ରହୁ ସବୁଦିନ
ଯୁଗଳ ଭକ୍ତି ବନ୍ଧନ।

ମାନଗୋବିନ୍ଦ ସ୍ବାଇଁ
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Leave a Reply

Your email address will not be published. Required fields are marked *