
ଅସ୍ଥି ଚର୍ମ ଆଉ ମାଂସପେଶୀରେ ଯେ’
ଗଢ଼ା ମାନବ ଜୀବନ,
ଶିରା ପ୍ରଶିରା ଓ ଧମନୀରେ ରକ୍ତ
ପ୍ରବାହିତ ନିରନ୍ତର ।
ଶରୀରେ ଯକୃତ ପ୍ରମୁଖ ଭୂମିକା
ବଞ୍ଚିବା ପାଇଁ ଜୀବନ,
ପୀତରସ କ୍ଷର ହଜମ ପ୍ରକ୍ରିୟା
ସର୍ବ କାର୍ଯ୍ୟ ସମ୍ପାଦନ ।
ଶରୀରୁ ବିଷାକ୍ତ ଦ୍ରବ୍ଯ ନିଷ୍କାସିତ
ମଳ-ମୂତ୍ର ତ୍ଯାଗ କାର୍ଯ୍ୟ,
ଯଦ୍ଦ୍ବାରା ଜୀବନ ସୁସ୍ଥ ଓ ସବଳ
ଶରୀରରେ ବଳ-ବୀର୍ଯ୍ଯ ।
ରକ୍ତ ବିଶୋଧନେ ପ୍ରୋଟିନ ସହିତ
ଏଞ୍ଜାଇମ ଉତ୍ପାଦନ,
ଶରୀରରେ ଶକ୍ତି ସ୍ବାସ୍ଥ୍ୟ ହୃଷ୍ଟପୁଷ୍ଟ
ବିଚରଣ ବୁଦ୍ଧି-ଜ୍ଞାନ ।
ଉପର ପେଟର ଡାହାଣ ପାର୍ଶ୍ୱସ୍ଥ
କଲିଜା ନାମେ ଯକୃତ,
ପଞ୍ଜରା ହାଡ଼ର ସୁରକ୍ଷା ଆବଦ୍ଧ
ସୃଷ୍ଟିକର୍ତ୍ତା’ଙ୍କ ବୈଚିତ୍ର ।
ମାନବୀୟ କର୍ମ ଯକୃତ ସୁରକ୍ଷା
ଦୀର୍ଘାୟୁ ଜନ ଜୀବନ,
ଇଉରୋପିଆନ ସ୍ବାସ୍ଥ୍ୟ-ସଂଘ ଦ୍ବାରା
ଯକୃତୀୟ ଅଧ୍ଯୟନ ।
ଊଣେଇଶ ଶହ ଛ’ଷଠି ସାଲରୁ
ଆରମ୍ଭ ଶିକ୍ଷା ଶିବିର,
ଦି’ ହଜାର ଦଶ ଅପ୍ରେଲ ଊଣୈଶ
ଦିବସ ପାଳନ ସ୍ଥିର ।
ଆଜିକାଲି ବେଶି ଯକୃତ ରୋଗରେ
ସନ୍ତାପିତ ଜନଗଣ,
ନିଶା ସେବନ ଓ ଅଖାଦ୍ୟ ଭକ୍ଷଣ
ବଦ ଅଭ୍ଯାସ କାରଣ ।
ଔଷଧ ସେବନ ସାମୟିକ ରକ୍ଷା
ପ୍ରତିଷେଧନେ ସ୍ଥାୟିତ୍ବ,
ନିଶା ସେବନର ପରିତ୍ଯାଗ ସାଥେ
ଶାକାହାର ମହାମନ୍ତ୍ର ।
ଉପଯୁକ୍ତ ଖେଳ ବ୍ଯାୟାମ ସହିତ
ନିଦ୍ରା ବିଶ୍ରାମ ଏକାନ୍ତ,
ଆବଶ୍ୟକ ଖାଦ୍ୟ ପାନୀୟ ଅବଶ୍ଯ
ଶକ୍ତ ସୁରକ୍ଷା ଯକୃତ ।
ସ୍ବାସ୍ଥ୍ୟ ସୁରକ୍ଷାରେ ସଚେତନ ଜ୍ଞାନେ
ବିଶ୍ବ ଯକୃତ ଦିବସ ,
ସ୍ବାସ୍ଥ୍ୟ ହିଁ ସମ୍ପଦ ଆହ୍ବାନ କ୍ରମରେ
କବି ଶମ୍ଭୁନାଥ ଦାସ ।