

ରାୟଗଡ-ସୁରେନ୍ଦ୍ର କୁମାର ରଥ) : ପଶ୍ଚିମବଙ୍ଗ ରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଦାବି କରିଛନ୍ତି ରାୟଗଡ ଜିଲ୍ଲା ଶ୍ରୀ ରାମନବମୀ କମିଟି ।ପଶ୍ଚିମବଙ୍ଗର ମୁର୍ସିଦାବାଦରେ ହିନ୍ଦୁ ଭାଇ ଭଉଣୀ ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ସହ ବିଭିନ୍ନ ଜଘନ୍ୟ କାଣ୍ଡ ଘଟାଇ ଚାଲିଛନ୍ତି ବିଧର୍ମୀ ମାନେ | ଏହା ମନେ ହଉଛି ଯେ ପଶ୍ଚିମବଙ୍ଗର ସରକାର ମଧ୍ୟ ଏହି ବିଧର୍ମୀ ମାନଙ୍କୁ ପଛରେ ସହଯୋଗ କରୁଛି | ଏହାକୁ ଦୃଷ୍ଟିରେ ରଖି, ସେଠାକାର ହିନ୍ଦୁ ଭାଇ ଭଉଣୀ ମାନଙ୍କ ସୁରକ୍ଷା ସହ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲଗାଇବା ପାଇଁ ରାୟଗଡ ଜିଲ୍ଲା ଶ୍ରୀ ରାମ ନବମୀ ଉଛବ କମିଟି ତରଫରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଜ଼ିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।ଏହି ଦାବି ପତ୍ର ପ୍ରଦାନ ସମୟରେ ଶ୍ରୀ ରାମନବମୀ କମିଟି ର ସଭାପତି ଶ୍ୟାମ ଦାଶ ,ଵିଦ୍ୟା ପଣ୍ଡା ,ମଞ୍ଜୁଳା ମିଣିଆକା ,ଅଜୟ କୁମାର ଶର୍ମା ,ନରେଶ ବିଡ଼ିକା ,ଟି ,ନାଗାରାଜୁ ,ଏମ ଵିଦ୍ୟାସାଗର ,ରାମକୃଷ୍ଣ ପାଣିଗ୍ରାହୀ ,ଝରଣା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।