ବାଦାମବାଡ଼ି ନିଉ କଲୋନୀ ଉଚ୍ଚ ବିଦ୍ୟାଳୟ ରେ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ

ତା୧୬.୦୪.୨୫ ବିଜ୍ଞାନ ପ୍ରଚାର ସମିତି ଆନୁକୁଲ୍ୟରେ କଟକ ମହାନଗର ନିଗମ ଅନ୍ତର୍ଭୁକ୍ତ ବାଦାମବାଡ଼ି ନି.ୟୁ କଲୋନୀ ଉଚ୍ଚ ବିଦ୍ୟାଳୟଠାରେ ପ୍ରଫେସର ହରିହର ପଟ୍ଟନାୟକ ସ୍ମାରକୀ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦୁର୍ଗେଶ ନନ୍ଦିନୀ ଦାଶ। ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ସହିତ ପ୍ରଧାନ ଶିକ୍ଷୟିତ୍ରୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସମିତିର ଯୁଗ୍ମ ସମ୍ପାଦକ ଶ୍ରୀ ଅରବିନ୍ଦ କର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ କବିତା ପାଟ୍ଟଶାଣୀ ଡଃ ହରିହର ପଟ୍ଟାୟକଙ୍କ ଜିବନୀ ଉପରେ ଆଲୋକ ପାତ କରିଥିଲେ।ଶ୍ରୀ ମହେନ୍ଦ୍ର କୁମାର କାୟସ୍ଥ ବିଜ୍ଞାନ ପ୍ରଚାର ସମିତିର ଆଭିମୂଖ୍ୟ ବର୍ଣ୍ଣନା କରିଥିଲେ।କାର୍ଯ୍ୟକ୍ରମରେ ସମିତି ତରଫରୁ ଡଃ ଶିବ ଶଙ୍କର ଦାଶ ପଦାର୍ଥ ର କ୍ଷୁଦ୍ରତମ କଣିକା ଅଣୁ, ପରମାଣୁ, ବନ୍ଧ ଗଠନ, ପର୍ଯ୍ୟାୟ ସାରଣୀ ଏବଂ ପୃଥିବୀରେ କାର୍ଯ୍ୟ କରୁଥିବା ଚାରୋଟି ବଳ ବିଷୟରେ ପିଲାମାନଙ୍କୁ ବିସ୍ତୃତ ଭାବରେ ସ୍ଲାଇଡ୍ ମାଧ୍ୟମରେ ବର୍ଣ୍ଣନା କରିଥିଲେ।ଡାକ୍ତର ଅକ୍ଷୟ କୁମାର ମିଶ୍ର, ବୌଦ୍ଧିକ ବିକାଶ ରେ ସ୍ମୃତିଶକ୍ତି, କିପରି ସହାୟତା କରିଥାଏ ସମସ୍ତଙ୍କୁ ବୁଝାଇଥିଲେ।ଡାକ୍ତର ସୁଲିପ୍ତ କୁମାର ନାୟକ ଶରୀର ଏବଂ ମନର ସଂଯୋଗ ବିଷୟରେ କୌତୁହଳ ପ୍ରଦ ଉପସ୍ଥାପନ କରିଥିଲେ। ସମିତି ତରଫରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଉପହାର ସ୍ୱରୂପ ଲାଇବ୍ରେରୀ ନିମନ୍ତେ ବିଜ୍ଞାନ ପୁସ୍ତକ ପ୍ରଦାନ କରାଯାଇଥିଲା। ଦଶମ ଶ୍ରେଣୀର ଛାତ୍ରୀ ସ୍ନେହାସ୍ଵିନି ରାଉତରାୟଙ୍କୁ ତାଙ୍କର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ପାଇଁ ଡଃ ହରିହର ପଟ୍ଟନାୟକ ସ୍ମାରକୀ ଟ୍ରଫି ଦିଆଯାଇଥିଲା। ବିଦ୍ୟାଳୟର ଛାତ୍ରୀ ଲକ୍ଷ୍ମୀପ୍ରିୟା ବେହେରା କାର୍ଯ୍ୟକ୍ରମ ବିଷୟରେ ନିଜର ମତାମତ ରଖିଥିଲେ।ପ୍ରଧାନ ଶିକ୍ଷୟିତ୍ରୀ ନିଜର ଅଭିଭାଷଣରେ କାର୍ଯ୍ୟକ୍ରମର ଆୟୋଜନ ନିମନ୍ତେ ବିଜ୍ଞାନ ପ୍ରଚାର ସମିତିକୁ ଧନ୍ୟବାଦ ଜଣାଇବା ସହିତ ନିଜର ମତ ରଖିଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଭିକାରୀ ଚରଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ଏବଂ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *