ଜନ ନାୟକ ବିଜୁ ବାବୁଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ ।

ଛତ୍ରପୁର : ୧୮.୦୪.୨୫

(ମିଥୁନ ବାରିକ୍)

ଛତ୍ରପୁର : ପଥର କୁଆଁରୀ ଓ କ୍ରସର କମ୍ପାନୀକୁ ନେଇ ମାଲିକ ଓ କମ୍ପାନୀ କତୃପକ୍ଷ ମୁଁହାମୁଁହି l ଗଞ୍ଜାମ ବ୍ଲକର ମଲାଡ଼ ପଞ୍ଚାୟତର ରାଉଳିବନ୍ଧ ଗ୍ରାମରେ ଏକ ପଥର କୁଆଁରୀ ଏବଂ କ୍ରସର କମ୍ପାନୀ ନିର୍ମାଣ ହେଉଛି । ଏହାକୁ ଘୋର ବିରୋଧ କରିଛନ୍ତି ରାଉଳିବନ୍ଧ ଗ୍ରାମବାସୀ । ଏନେଇ ଶୁକ୍ରବାର ପଥର କୁଆଁରୀ ଓ କ୍ରସର କମ୍ପାନୀ ନିକଟରେ ଗ୍ରାମର ଶହ ଶହ ମହିଳା ଓ ପୁରୁଷ ପହଞ୍ଚି ହୋ ହାଲା କରିବା ସହ ଘୋର ପ୍ରତିବାଦ କରିଛନ୍ତି । ମିଳିଥିବା ସୂଚନା ଅନୁଯାଇ ଗୋପାଳପୁର ମୌଜା ସନ୍ତୋଷପୁର ପଞ୍ଚାୟତ ରେ କ୍ରସର କମ୍ପାନୀ କିଛିଦିନ ତଳେ ଆରମ୍ଭ ହୋଇଛି । ତାରି ଅନତି ଦୂରରେ ୟୁଡ଼ିଏସ ପୁର ପଞ୍ଚାୟତରେ ପଥର କୁଆଁରୀ ଲିଜ ନେଇ ପଥର ଫଟା ଯାଉଛି l ଫଳରେ ଉକ୍ତ ରାସ୍ତା ଦେଇ ଯାଉଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିପଦ ରହିଛି l ପୂର୍ବରୁ ଏମିତି ପଥର ଫଟା ହୋଇ ମୃତୁ ବରଣ କରିଥିଲେ।
ଅନ୍ୟପଟେ ଉକ୍ତ ସ୍ଥାନରେ ରାଉଳିବନ୍ଧ ଗ୍ରାମବାସୀ ଙ୍କ ଶସ୍ୟକ୍ଷେତ୍ର ଓ କାଜୁ ତୋଟା ରହିଛି l ଉକ୍ତ ପଥର କୁଆଁରୀ ଓ କ୍ରସର କମ୍ପାନୀ ଦ୍ୱାରା ଯଥେଷ୍ଟ କ୍ଷତି ସହିବାର ସମ୍ଭାବନା ରହିଥିବା ଅଂଚଳବାସୀ ପ୍ରକାଶ କରିଛନ୍ତି l ଯାହାକୁନେଇ ଗ୍ରାମବାସୀ ଘୋର ପ୍ରତିବାଦ ସ୍ୱର ଉଠାଇଛନ୍ତି
ଡ଼ି ଡ଼ି ବିଲଡର ଉକ୍ତ ଲିଜ ଜିଲ୍ଲା ପ୍ରଶାସନ ଠାରୁ ଆଣିଥିବା ବେଳେ ତାହା ଅନ୍ୟ କମ୍ପାନୀ କୁ ଦେଇଦେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି l ପ୍ରତିବାଦ ବେଳେ ପୂର୍ବତନ ସମିତିସଭ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ, ଯୁବନେତା ଲିଙ୍ଗରାଜ ମହାପାତ୍ର, ସରପଞ୍ଚ ମମତା ବେହେରା, ଗ୍ରାମ୍ୟ ସଭାପତି ପ୍ରମୁଖ ଉପସ୍ଥିତ ରହିଥିଲେ l ଆଗାମି ଦିନରେ ଏନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି l ଯଦି ପ୍ରଶାସନ ନଶୁଣନ୍ତି ତାହେଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ କଡା ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *