ପରିବେଶ ଓ ସ୍ୱାସ୍ଥ୍ୟ କର୍ମଶାଳା

କଟକ ତା- ୧୮-୦୪୨୦୨୫ ରିଖ ପରିବେଶ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ସାମ୍ପ୍ରତି ବିଶ୍ୱରେ ମାନବ ସମାଜ ର ସ୍ୱାସ୍ଥ୍ୟ ଓ ପରିବେଶ ର ସମ୍ପର୍କ ଜଟିଳ ହୋଇଯାଇଛି. ଜଳ, ସ୍ଥଳ ଓ ବାୟୁମଣ୍ଡଳ ର ସ୍ଥିତି ଅସ୍ୱାସ୍ଥ୍ୟକର ହୋଇ ଯାଇଥିବାରୁ ଜଳବାୟୁରେ ପରିବର୍ତ୍ତନ ଘଟି ଜନ ସ୍ୱାସ୍ଥ୍ୟ ଉପରେ କୁ ପ୍ରଭାବ ପକାଉଛି. ଯାହା ଫଳରେ ହୃଦରୋଗ,ଶ୍ୱାସ, ଫୁସଫୁସ ଜନିତ ବ୍ୟାଧି ସଂଗଠିତ ହେଉଛି ବୋଲି କଟକ ମିଡ଼ଟାଉନ ରୋଟାରୀ କ୍ଲବ ଆନୁକୂଲ୍ୟରେ ସଭାପତି ତଥା ପରିବେଶ ବିଜ୍ଞାନୀ ଡ଼କ୍ଟର ଆଶୁତୋଷ ଦେବତାଙ୍କ ପୌରହିତ ରେ ସ୍ଥାନୀୟ ଦୋଳମୁଣ୍ଡାଇ ଠାରେ ଆୟୋଜିତ ଏକ ଉପାଦେୟ କର୍ମଶାଳାରେ ହୃଦରୋଗ ବିଶେଷଜ୍ଞ ଡାକ୍ତର ବିଶ୍ୱରଂଜନ ମିଶ୍ର ଅତିଥି ବକ୍ତା ଭାବରେ ଯୋଗ ଦେଇ ମତ ବ୍ୟକ୍ତ କରିଛନ୍ତି।ପାରିପାର୍ଶ୍ଵିକ ପରିବେଶ ପ୍ରଦୂଷଣ ମୁକ୍ତ ହେଲେ ଜୀବ ଜଗତ ସୁସ୍ଥ ରହିବ ବୋଲି ଡ଼ଃ ଦେବତା ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ରୋଟାରୀଆନ ସଭ୍ୟ ମାନଙ୍କ ମଧ୍ୟରୁ ରମେଶ ଚନ୍ଦ୍ର ସିଂ,ଶୁଭ୍ରାଂଶୁ ସାମନ୍ତରାୟ,,ଡ଼| କ୍ଷତିଶ ମହାନ୍ତି,ରଘୁନାଥ ଭୁତ,ବିଭୁତି ଭୂଷଣ ରାଉତ,କମଳ କୁମାର ମହାନ୍ତି,ଶଶାଙ୍କ ମହାପାତ୍ର ଅରୁଣ କୁମାର ଦାଶ,ଶୈଳେନ୍ଦ୍ର ନାରାୟଣ ଠାକୁର,ସମ୍ବିତ କର,କୈଳାଶ ଚନ୍ଦ୍ର ପାଢ଼ୀ,ଦୁଷ୍ମନ୍ତ ବିଶ୍ୱାଳ, ଡ଼ଃ ରଜନୀକାନ୍ତ ଶତପଥି,ଦିଲ୍ଲୀପ କୁମାର ସାହୁ,ରାମମୋହନ ରାଓ, ଉଦୟ ଶଙ୍କର ଦାସ,ରୁପେଶ ରାଉତରାୟ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *