ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଂଘ ପକ୍ଷରୁ ଜଳଛତ୍ର ଉଦ୍ଘାଟିତ

ଚଣ୍ଡିଖୋଲ : ୧୪/୪(କ ବ୍ୟୁ) ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର ମହା ବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ଅବସରରେ ଚଣ୍ଡିଖୋଲ ସ୍ଥିତ ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଂଘ ପକ୍ଷରୁ ଜଳ ଛତ୍ର ଆଜି ଉଦ୍ଘାଟିତ ହୋଇଛି। ଏକକାଳୀନ,ଚଣ୍ଡିଖୋଲ, ଚଡେଇଧରା,ବାଲିଚନ୍ଦ୍ରପୁର ଠାରେ ସଂଘ ପକ୍ଷରୁ ଏହି ଜଲଛତ୍ର ଖୋଲା ଯାଇ ପଥଚାରୀ ମାନଙ୍କୁ ସୁସ୍ୱାଦୁ ଲିଚି ସର୍ବତ ବଣ୍ଟନ କରାଯାଉଛି।ଚଣ୍ଡିଖୋଲ ଠାରେ ଜଳଛାତ୍ର କେନ୍ଦ୍ର କୁ ଚଣ୍ଡିଖୋଲ ବରିଷ୍ଟ ନାଗରିକ ମଞ୍ଚ ର ସଭାପତି ଶେଷଦେବ ନାୟକ ଉଦ୍ଘାଟନ କରିଥିଲେ। ସଙ୍ଘ ସଭାପତି ଅଜlମ୍ବର ସାହୁ, ବରିଷ୍ଟ ସାମ୍ବାଦିକ ମହେଶ୍ୱର ବଳ, ସଙ୍ଘର ମୁଖ୍ୟ ଉପଦେଷ୍ଟା ଚନ୍ଦନ କୁମାର ନାୟକ, ରଜନୀ କାନ୍ତ କର, ପ୍ରଭାତ କୁମାର ରାଉତ, ସୋନା ବାବୁ, ହିମାଂଶୁ ବେହେରା ପ୍ରମୋଦ କୁମାର ନାୟକ, ପ୍ରଦୀପ କୁମାର ବେହେରା ସୁରେଶ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଗ୍ରୀଷ୍ମ ପ୍ରବାହ କୁ ଆଖିଆଗରେ ରଖି ସଙ୍ଘ ପକ୍ଷରୁ ଏକ ମାସ ଧରିତିନୋଟି ସ୍ଥାନରେ ଜଳ ଛତ୍ର କେନ୍ଦ୍ର ଚାଲୁ ରହିବ ବୋଳି ସଙ୍ଘ ପକ୍ଷରୁ କୁହା ଯାଇଛି।

Leave a Reply

Your email address will not be published. Required fields are marked *