ମନ୍ଦିର ପାଇଁ କୋଟି କୋଟି ଟଙ୍କାର ଜମି ଦାନ କଲେ ସ୍ବାମୀ ଓ ସ୍ତ୍ରୀ

ଛତ୍ରପୁର :୦୩.୦୪.୨୫

(ମିଥୁନ ବାରିକ୍)

ଛତ୍ରପୁର: ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଓ ରାଧାକୃଷ୍ଣ ମନ୍ଦିର ନିର୍ମାଣ ନିମନ୍ତେ ଛତ୍ରପୁର ନିକଟସ୍ଥ ଶାନ୍ତି ନଗର ଓ ଲକ୍ଷ୍ମୀନାରାୟଣ ନଗର ଠାରେ ନୂତନ ଭାବେ ଏକ ମନ୍ଦିର ନିର୍ମାଣ କରିବା ନିମନ୍ତେ ସମସ୍ତ ଅଞ୍ଚଳ ବାସୀ ଏକତ୍ରିତ ହୋଇ ଛତ୍ରପୁର ସହରର ଜଣାଶୁଣା ବଦାନ୍ୟ ବ୍ୟକ୍ତି ଶ୍ରୀ ଏ ନାରାୟଣ ରାଓ ଓ ତାଙ୍କ ଧର୍ମ ପତ୍ନୀ ଏ ଲକ୍ଷ୍ମୀ ସହ ଯୋଗା ଯୋଗ କରି ମନ୍ଦିର ନିର୍ମାଣ କରିବା ନିମନ୍ତେ ସ୍ଵହସ୍ତରେ ଲକ୍ଷ୍ମୀ ନାରୟଣ ନଗର ରେ ଥିବା ଜମିକୁ ପ୍ରଦାନ କରି ମନ୍ଦିର ନିର୍ମାଣ ନିମନ୍ତେ ଅନୁରୋଧ କରିଥିଲେ ଶେଷରେ ଛତ୍ରପୁର ନିକଟସ୍ଥ ଗୌରୀଶଙ୍କର ମନ୍ଦିର ପରିସରରେ ବୈଠକ ବସିଥିଲେ l lସମାଜସେବୀ ଏସ ରବଣା ରାଓ ,ହୃଷୀକେଶ ପଟ୍ଟନାୟକ,ପ୍ରସାଦ ପଟ୍ଟନାୟକ ଜୟଦେବ ଲେଙ୍କା ସଂଜିବ ରାଉଳ,ଦୀପକ ପାତ୍ର, ରଜନୀ କାନ୍ତ ପଟ୍ଟନାୟକ ,କେ ଶଙ୍କର ରେଡ୍ଡୀ ଓ ପ୍ରଶାନ୍ତ ଶତପଥୀ ରେ ବୈଠକ ଉପସ୍ଥିତ ଥିଲେ lଏହି ବୈଠକରେ ଲକ୍ଷ୍ମୀ ନାରାୟଣ ନଗରେ ଥିବା ଜମି ୪୭×୬୫ ଫୁଟ ଜମିକୁ ମନ୍ଦିର ନିର୍ମାଣ ପାଇଁ ଦାନ କଲେ l ତାଙ୍କର ମହାନ୍ କାର୍ଯ୍ୟ ପାଇଁ ତାଙ୍କୁ ନଗର ବାସି କୃତଜ୍ଞତା ଜଣାଇଛନ୍ତି l ୨୧ ଜଣିଆ କମିଟି ଗଢ଼ାଗଲl ଓ ସାମୁହିକ ଉନ୍ନତି ନିମନ୍ତେ ସଭାପତି ରୂପେ ଶ୍ରୀ ଜୟଦେବ ଲେଙ୍କା,ସମ୍ପାଦକ ଜି ଚକ୍ର ପାଣି ରେଡ୍ଡୀ ଓ କୋଶାଧ୍ୟକ୍ଷ ଭାବେ ରଜନୀ କାନ୍ତ ପଟ୍ଟନାୟକ ସର୍ବ ସମ୍ମତି ରୂପେ ଚୟନ କରlଗଲା l ଲକ୍ଷ୍ମୀ ନାରାୟଣ ନଗର ଓ ଶାନ୍ତି ନଗର ସମସ୍ତ ବୁଦ୍ଧି ଜୀବି ଓ ଅଞ୍ଚଳ ବlସି ସହଯୋଗ କରି ଥିଲେ l

Leave a Reply

Your email address will not be published. Required fields are marked *