
ଛତ୍ରପୁର : ୦୩.୦୪.୨୫
(ମିଥୁନ ବାରିକ୍)
ବିଧାୟକ ନିଜ ହାତ ଖର୍ଚ୍ଚ ରୁ ଦେଲେ ସହାୟତା ।
ଛତ୍ରପୁର: ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ମହାନାଦପୁର ଗ୍ରାମ ପଞ୍ଚାୟତର ଖିରିଗାଁ ଗ୍ରାମ ର ବାବୁ ନାହାକ ଙ୍କ ଦୀର୍ଘଦିନ ହେବ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଡାୟାଲାସିସରେ ଚିକିତ୍ସିତ ହେଉଛନ୍ତି । ଜିଲ୍ଲା ର ସମସ୍ତ ମେଡ଼ିକାଲ୍ କୁ ଯାଇ ଚିକିତ୍ସା ହୋଇ ଆସୁଛନ୍ତି ହେଲେ ରୋଗରେ ଅଧିକ ଆକ୍ରାନ୍ତ ହେବା ଯୋଗୁଁ ଟଙ୍କା ଅଧିକ ଖର୍ଚ୍ଚ ହୋଇଥିବା କହିଛନ୍ତି ବାବୁ।ଭୁବନେଶ୍ୱର , କଟକ ଭଳି ମେଡ଼ିକାଲ ଯିବାକୁ ବାବୁ ଙ୍କ ପାଖରେ ଟଙ୍କା ନାହିଁ । ଏଣୁ ତାଙ୍କ ପରିବାର ନିକଟରେ ଆର୍ଥିକ ଅବସ୍ଥା ଦୁର୍ବଳ ହେତୁ ସ୍ଥାନୀୟ ଅଞ୍ଚଳର କାର୍ଯ୍ୟକର୍ତ୍ତା,ଗ୍ରାମବାସୀଙ୍କ ଦ୍ବାରା ବାବୁ ଙ୍କ ଏପରି ଖବର ପାଇ ଛତ୍ରପୁର ଲୋକ ପ୍ରିୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ତାଙ୍କ ବାସଭବନକୁ ଯାଇ ଭେଟିବା ସହ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏବଂ ଡାକ୍ତର ଟିମ୍ ସହ ଆଲୋଚନା କରିଥିଲେ । କିଭଳି ବାବୁ ଙ୍କ ଚିକିତ୍ସା କରାଯିବ ତାହା ପଚାରି ବୁଝି ଥିଲେ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ। ଏବଂ ଉତ୍ତମ ଚିକିତ୍ସା ପାଇଁ ବିଧାୟକ ଙ୍କ ନିଜ ହାତ ଖର୍ଚ୍ଚରୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହା ପରେ ପରିବାର ଲୋଙ୍କ କୁ କିଛି ଅସ୍ୱସ୍ଥି ମିଳିଥିବା କହିଛନ୍ତି ପରିବାର ଲୋକେ ।