ମହାନଦୀ ବିହାର ଠାରେ ଶ୍ରୀ ଶ୍ରୀପଞ୍ଚମୁଖୀ ମହାବୀରଙ୍କ ପଣା ସଂକ୍ରାନ୍ତି ଓ ବିଶ୍ୱଶାନ୍ତି ମହାଯଜ୍ଞ ଉପଲକ୍ଷେ ପ୍ରସ୍ତୁତି ବୈଠକ

କଟକ୧୭-୩ରିଖ , ମହାନଦୀ ବିହାର ସେକ୍ଟର ୩ ସ୍ଥିତ ଶ୍ରୀ ଶ୍ରୀ ପଞ୍ଚମୁଖୀ ମହାବୀର ମନ୍ଦିର ପ୍ରାଙ୍ଗଣରେ
ମହାବୀରଙ୍କ ପଣା ସଂକ୍ରାନ୍ତି ଓ ବିଶ୍ୱଶାନ୍ତି ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ରେ ପରିଚାଳନା କମିଟିର ସଭାପତି ମାଧବ ପ୍ରସାଦ ଶର୍ମା ଦ୍ୱାରା ଅନୁଷ୍ଠିତ ହୋଇଯାଇଛି lଏଥିରେ ମହାବୀର ମନ୍ଦିରର ପ୍ରତିଷ୍ଠାତା ପ୍ରଦୀପ୍ତ କୁମାର ମହାନ୍ତି ଅନୁଷ୍ଠିତ ହେବାକୁ ଯାଉଥିବା ୩ଦିନ ଧରି ବିଶ୍ୱ ଶାନ୍ତି ମହାଯଜ୍ଞ ସମ୍ପର୍କରେ ଆଲୋଚନା କରିଥିଲେ, ଚଳିତ ବିଶ୍ୱ ଶାନ୍ତି ଯଜ୍ଞ ପାଇଁ ଅଜୟ କୁମାର ଦାସ ଙ୍କୁକର୍ତ୍ତା ରୂପେ ଚୟନ କରାଯାଇଥିବା ବେଳେ ମହାନଦୀବିହାର ଏମଡିଏ ନୂତନ ସଭାପତି ସଞ୍ଜୟ କୁମାର ଜେନାଙ୍କୁ ପୂଜା ମୂଖ୍ୟ ରୂପେ ମନୋନୀତ କରାଯାଇ ଥିଲା।ସେକ୍ଟର ୩ ନିର୍ବାଚିତ କାର୍ଯ୍ୟକାରୀ ବରିଷ୍ଟ ସଦସ୍ୟ ବରଦା ପ୍ରସନ୍ନ ନାୟକ, ମାନବେଶ ରାଏ ବିଚିତ୍ରା ନନ୍ଦ ପଣ୍ଡା, ସଂଜୀବନି କ୍ଲବ ର ସମ୍ପାଦକ ବିଶାଳ ଖଣ୍ଡେଇ,ମନ୍ଦିର ପରିଚାଳନା କମିଟି ର ସମ୍ପାଦକ ଦେବେନ ରାୟ
କୋଷାଦକ୍ଷ ରବି ପାଟନୟକ
ଉପସଭାପତି ଜଟାଧାରୀ ଲେଙ୍କା ମହାବୀର ମନ୍ଦିରର ପାଳିର ମୁଖ୍ୟ ଶ୍ରୀଧର ରାଉତ,ପୂଜକ ଅନନ୍ତ ନନା, ଏମଡିଏ ଉପସଭାପତି ସରୋଜ ପ୍ରସାଦ ସ୍ୱାଇଁ,ସମ୍ପାଦକ ହିମାଂଶୁ ଷଡ଼ଙ୍ଗୀ, ଉପଦେଷ୍ଟା,ରବି ନାରାୟଣ ଶତପତୀ, ରବି ନାରାୟଣ ତ୍ରିପାଠୀ, ଅଭୟ ବିଶ୍ୱାଳ, ସଞ୍ଜୟ ଆଗ୍ରୱାଲ, ,ଶ୍ରୀକାନ୍ତ ରାଉତରାୟ, ପ୍ରମୁଖ ପ୍ରସ୍ତୁତି ବୈଠକ ଭାଗ ନେବା ସହ କଳସ ଶୋଭାଯାତ୍ରା, ମନ୍ଦିର ବେଢା ସାଜସଜ୍ୟା,ସଭା ମଞ୍ଚ,କୀର୍ତ୍ତନ, ଭଜନ ଓ ପ୍ରସାଦ ଭୋଜନ ର ଦାୟିତ୍ୱ ବଣ୍ଟନ କରାଯାଇଥିଲା l ମହାନଗର ନିଗମ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଦିଆଯିବ ବୋଲି ସ୍ଥାନୀୟ କର୍ପୋରେଟର ସୁବ୍ରତ ଘଡେଇ ମତବ୍ୟକ୍ତ କରିଥିଲେ।ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ,ବୁଦ୍ଧିଜୀବୀ,ମୁରଵୀ ଓ ଯୁବକ ମାନେ ଯୋଗ ଦେଇ ଶ୍ରୀ ଶ୍ରୀ ମହାବୀର ଜୟନ୍ତୀ ଓ ବିଶ୍ୱ ଶାନ୍ତି ଯଜ୍ଞ ର ପାକ ପ୍ରସ୍ତୁତି ସାଫଲ୍ୟ ମଣ୍ଡିତ କରିଥିଲେ, ଶେଷ ରେ ତାପସ କୁମାର ସିହ୍ନl ଧନ୍ୟବାଦ ଦେଇଥିଲେ l

Leave a Reply

Your email address will not be published. Required fields are marked *