
ଚଣ୍ଡିଖୋଲ ୧୧/୩(କ ବ୍ୟୁ) :; ଗତ କାଲି ରାତ୍ର ୧୧ ଘଟିକା ସମୟରେ ଚଣ୍ଡିଖୋଲ ଛକ ଫାଣ୍ଡି ନିକଟରେ ଥିବା ଏକ ପୁରୁଣା ଟାୟାର ଗୋଦାମରେ ଅଗ୍ନି କାଣ୍ଡ ଘଟି ୧୨ ଲକ୍ଷ୍ୟ ଟଙ୍କାର ଗଚ୍ଛିତ ଥିବା ପୁରୁଣା ଟାୟାର ପୋଡ଼ି ଯାଇଥିବା ଜଣ।।ଯାଇଛି l ଅଗ୍ନି କାଣ୍ଡ ଏତେ ଭୟଙ୍କର ଥିଲା ଯେ ଚଣ୍ଡିଖୋଲ ଓ ରସୁଲ ପୁର ଅଗ୍ନି ଶ୍ରମ କର୍ମଚାରୀ ମାନେ ଦୀର୍ଘ ୫ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କଲାପରେ ନିଆଁ କୁ ଆୟତ କରିଥିଲେ l ଘଟଣାରୁ ପ୍ରକାଶ ଚଣ୍ଡିଖୋଲ ଛକ ଫାଣ୍ଡି ନିକଟରେ ଥିବା ଏକ ଖୋଲା ଜାଗାରେ ଏମ ଡି ମହମ୍ମଦ, ଏମ. ଡି ଆଶିକ, ଏମ. ଡି ସଯlଦ ମିଳିତ ଭାବେ ୩ ଜଣ ଏକ ପୁରୁଣା ରିଶୋଲିଂ ଟାୟାର ବ୍ୟବସାୟ କରୁଥିଲେ l ହଟାତ୍ ସେଥିରେ ଅଗ୍ନି କାଣ୍ଡ ଘଟି ଟାୟାର ଗୁଡ଼ିକ ଜଳି ଯାଇଥିଲା l କୌଣସି ଦୃବୃତ୍ତ ଏଥିରେ ନିଆଁ ଲଗIଇଦେଇଥିବାର ସନ୍ଦେହ କରାଯାଉଅଛି । ପ୍ରକାଶ ଥାଉକି ଚଣ୍ଡିଖୋଲ ଛକର ବିଭିନ୍ନ ସ୍ଥାନରେ ଗଚ୍ଛିତ ଥିବା ଟାୟାର ଗୋଦାମ ରେ ଅଗ୍ନି ନିର୍ବାପକ ମେସିନ ନଥିବାରୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଟାୟାର ପୋଡ଼ି ନଷ୍ଟ ହେଉଛି ବୋଲି ଅଗ୍ନି ଶ୍ରମ ଅଧିକାରୀ ସନ୍ତୋଷ କୁମାର ସ୍ବାଇଁ ମତ ପ୍ରକାଶ କରିଛନ୍ତି ।