
ଚଣ୍ଡିଖୋଲ ୭/୩(କବ୍ୟୁ)ବଡଚଣା ବ୍ଲକ୍ ଅନ୍ତର୍ଗତ ଛତିଆ ମିନି ଷ୍ଟାଡିୟମରେ ବଡଚଣା ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ନେହେରୁ ଯୁବକେନ୍ଦ୍ର ଆନୁକୁଲ୍ୟରେ ଓ ପଲ୍ଲୀ ବିକାଶ ସହଯୋଗରେ ଆୟୋଜିତ ଦୁଇଦିନିଆ କ୍ରୀଡ଼ା ପ୍ରତିଯୋଗିତାକୁ,ସୋଲର ଗ୍ରାମ ପଞ୍ଚାୟତ ସରପଞ୍ଚ ବିଜୟ କୁମାର ସ୍ୱାଇଁ ଉଦ୍ଘାଟନ କରି ଗ୍ରାମାଞ୍ଚଳରେ ଥିବା ଲୁକାଇତ କ୍ରୀଡା ପ୍ରତିଭା ଗୁଡ଼ିକୁ ଲୋକ ଲୋଚନକୁ ଆଣି ସେମାନଙ୍କ ପ୍ରତିଭାକୁ ବିକସିତ କରିବା ପାଇଁ ଏହି ପ୍ରତିଯୋଗିତା ଏକ ଉତ୍ତମ ମାଧ୍ୟମ ବୋଲି କହିଥିଲେ। ନିନି ଷ୍ଟାଡିୟମ୍ ର ତତ୍ୱା ବଧlରକ ସମ୍ପାଦକ ଦିଲ୍ଲୀପ କୁମାର ପ୍ରହରାଜ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅବସର ପ୍ରାପ୍ତ କ୍ରୀଡ଼ା ଶିକ୍ଷକ ନାରାୟଣ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କ୍ରୀଡା ଶିକ୍ଷାର ଏକ ଅଂଶ। କ୍ରୀଡ଼ା, କ୍ରୀଡାବିତ୍ ମାନଙ୍କ ଶାରିରୀକ, ମାନସିକ,ବୌଦ୍ଧିକ ବିକାଶ କରିବା ସହିତ କ୍ରୀଡାବିତ୍ ମାନଙ୍କ ମଧ୍ୟରେ ଶୃଙ୍ଖଳା, ଭାଇଚାରା ଓ ପ୍ରତିଯୋଗିତାର ମନୋବୃତି ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ। ପ୍ରଥମ ଦିନ ବାଳକ ମାନଙ୍କ ମଧ୍ୟରେ ଫୁଟବଲ ଓ ଦୌଡକୁଦ ଓ ବାଳିକା ମାନଙ୍କ ମଧ୍ୟରେ କବାଡି ଓ ବ୍ୟାଡମିଣ୍ଟନ୍ ଖେଳ ଅନୁଷ୍ଟିତ ହୋଇଥିଲା। ଶେଷରେ ପଲ୍ଲୀ ବିକାଶ ର ସଭାପତି ସୁଶୀଲ କୁମାର ସାହୁ ଧନ୍ୟ ବାଦ ଅର୍ପଣ କରିଥିଲେ।