


ଛତ୍ରପୁର : ୧୦.୦୨.୨୫
(ମିଥୁନ ବାରିକ୍)
ଛତ୍ରପୁର : ସୋମବାର ଛତ୍ରପୁର ବ୍ଲକ୍ ରେ ନବମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ ।ଏହି ପଞ୍ଚାୟତ ସମିତି ବୈଠକ ରେ ବିଭିନ୍ନ ପ୍ରକାର କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକ ରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ନଥିବା ଦେଖିବାକୁ ମିଳିଥିଲା । ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ବିଧାୟକ ସଠିକ୍ ଭାବେ କାର୍ଯ୍ୟ କରିବା ପାଇଁ ତାଗିଦ୍ କରିଥିଲେ । ଛତ୍ରପୁର ବ୍ଲକ୍ ର ସମସ୍ତ ପଞ୍ଚାୟତ କୁ ଖରା ନଆସିବା ପୂର୍ବରୁ ପାଣି ଯୋଗାଇଦେବାକୁ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ । ଏହି କାର୍ଯ୍ୟକ୍ରମ ରେ ବ୍ଲକ୍ ଅଧ୍ୟକ୍ଷା କିରଣୀ କୁମାର ଦାସ୍ ଓ ଉପାଧ୍ୟକ୍ଷା ସାରଦା ରେଡ୍ଡୀ ଯୋଗଦେଇ ସମସ୍ତ ପଞ୍ଚାୟତ କୁ ସରକାର ଙ୍କ ବିଭିନ୍ନ ଯୋଜନା ଫାଇଦା ଉଠେଇବା ପାଇଁ କହିଥିଲେ ।
ଛତ୍ରପୁର ପଞ୍ଚାୟତ ସମିତିର ଆଜି ନବମ ସମିତି ବୈଠକ ଅଧକ୍ଷା କିରଣୀ କୁମାରୀ ଦାସଙ୍କ ଅଧକ୍ଷତାରେ ବ୍ଳକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ରୁପେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗ ଦେଇ ମିଳିମିଶି କାର୍ଯ୍ୟକରିବା ପାଇଁ ପରାମର୍ଶ ଦେବା ସହ ଅଧିକାଂଶ ଲାଇନ୍ ବିଭାଗ ଅନୁପସ୍ଥିତ ଥିବାରୁ କ୍ଷୋଭ ପ୍ରକାଶ କରିବା ସହ ବିଡ଼ିଓଙ୍କୁ କାହିଁକି ଆସିନାହାନ୍ତି ତାର ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି l ଏବଂ ଆଗାମୀ ଦିନରେ ଯଦି ସେହି ବିଭାଗର ଅଧିକାରୀ ପୁନାର୍ବୃତି କରନ୍ତି, ତାହେଲେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ l ତାହା ସହ ଉପାଧକ୍ଷା ଏସ.ଶାରଦା ରେଡ୍ଡୀ, ବିଡ଼ିଓ ଅଚ୍ୟୁତାନନ୍ଦ ଜାନି, ଅତିରିକ୍ତ ବିଡ଼ିଓ ମଞ୍ଚାସିନ ଥିଲେ l ଜିପିଡିଓ ବିଳାସିନି ସେନାପତି ସଭା ପରିଚାଳନା କରିଥିଲେ l ପ୍ରାରମ୍ଭରେ ବିଧାୟକ, ଅଧ୍ୟକ୍ଷା, ଉପାଧ୍ୟକ୍ଷl ,ବିଡିଓଙ୍କୁ ବ୍ଲକ୍ ତରଫରୁ ସମ୍ବର୍ଦ୍ଧନା ଦେଇଥିଲେ l ନିର୍ବାଚିତ ପ୍ରତିନଧିଙ୍କ ପଦ ମର୍ଯ୍ୟାଦା ଯେତେ ବଢିବ ସେତେ ଗଣତନ୍ତ୍ର ସୁଦୃଢ ହୋଇ ପାରିବ l ସମସ୍ତ ଙ୍କ ସହଯୋଗରେ ଛତ୍ରପୁର ବ୍ଲକ ଏକ ଆଦର୍ଶବ୍ଲକ ହେବ କହିଲେ ବିଧାୟକ କହିଥିଲେ l ଏହି ବୈଠକରେ ସରପଞ୍ଚ,ସମିତିସଭ୍ୟ ସଭ୍ୟା ଙ୍କ ସମେତ ହାତଗଣତି ଲାଇନ୍ ଡିପାର୍ଟ୍ଟମେଣ୍ଟ ଉପସ୍ଥିତ ଥିଲେ l