
ମୁଁ ମଫସଲ ଗାଁ ର ଝିଅ ଟିଏ
ଆଣ୍ଠୁଏ କାଦୁଅ ପାଣିରେ ପଶି
ନୀତି ବିଦ୍ୟାଳୟ ଯାଉଥାଏ
ଗାଁ ଚାଟ ଶାଳୀ ମଧୁବର୍ଣବୋଧ
ପଢିବାକୁ ମଜା ଲାଗୁଥାଏ
ମୁଁ ମଫସଲ ଗାଁ ର ——
ଆଠ ପ୍ରାଣୀ କୁଟୁମ୍ବ କୁ ନେଇ
ସଂସାର ରଥଟି ଗଡୁଥାଏ
ଅଭାବି ସଂସାରେ ପଢ଼ିବାର ଇଚ୍ଛା
ପ୍ରବଳ ଭାବରେ ଜଗୁଥାଏ
ମୁଁ maphasal———-
ବାପାଙ୍କର ଇଚ୍ଛା ଚାକିରୀ କରିବି
ହେବି ବଡ ଅଫିସର ଟିଏ
ମାଆ ଙ୍କର ଇଚ୍ଛା ଶାଶୁ ଘର ଯିବି
ହେବି ମୁଁ ଭଲ ବୋହୁ ଟିଏ
ମୁଁ ମଫସଲ ——–
ବାପା ମାଆ ଙ୍କର ମିଳିତ ଇଚ୍ଛା ରେ
ଶାଶୁ ଘର ଯାଏ ଝିଅ ଟିଏ
ରୋଷେଇ ଶାଳରେ ବହିଟିଏ ରଖି
ଲୁଚି ଲୁଚି ପାଠ ପଢ଼ୁ ଥାଏ
ମୁଁ ମଫସଲ ————–
ଘର ର ଦାୟିତ୍ଵ ଛୁଆଙ୍କ ଦାୟିତ୍ଵ
ସବୁତା ମୁଣ୍ଡରେ ଲଦି ଥାଏ
ଲଣ୍ଠନ ର କ୍ଷୀଣ ଆଲୋକରେ
ରାତିସାରା ବସି ପଧୁ ଥାଏ
ମୁଁ ମଫସଲ ———-
ଚାକିରୀ କରିଛି ବୋହୁ ବି ହୋଇଛି
ହୋଇଛି ମୁଁ ଆଜି ମାଆ ଟିଏ
ଶଙ୍ଖା ସିନ୍ଦୁର କୁ ହରାଇ ବସିଛି
ମୁଁ ବଡ ଅଭାଗିନି ଟିଏ
ମୁଁ ମଫସଲ ———-
ନିସ୍ପୃହ ଜୀବନେ ଲେଖନୀ ର ସଂଜ୍ଞା
ବଞ୍ଚିବାର ରହା ଖୋଲି ଦିଏ
ସତ ଜନନୀ ର ମାଆ ମୁଁ ସାଜିଛି
ଜୟ ମିଶନ ଶକ୍ତି ଗର୍ବେ କୁହେ
ମୁଁ ମଫସଲ ଗାଁର ଝିଅ ଟିଏ —
– o –
Nirupama swain