

ରାୟଗଡ-(କ.ପ୍ର)ଅଜୟ ରଥ-ସ୍ବର୍ଗତ ରାମ ଚନ୍ଦ୍ର ଉଲ୍ଲାକ୍କାଙ୍କ ୧୩ ତମ ଶ୍ରାଦ୍ଧବାର୍ଷିକୀ ସ୍ୱର୍ଗତ ଉଲ୍ଲାକ୍କାଙ୍କ ରାୟଗଡ ସ୍ଥିତ ବାସ ଭବନରେ ପାଳନ ହୋଇ ଯାଇଛି। ଏହି ଅବସରରେ ସ୍ୱର୍ଗତ ଉଲ୍ଲାକ୍କାଙ୍କ ପତ୍ନୀ ତଥା AICC ସଦସ୍ୟା ରତ୍ନମଣି ଉଲ୍ଲାକ୍କା,ପୁଅ ତଥା କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକ୍କା ,ସୀମାଞ୍ଚଳଗିରି ଉଲ୍ଲାକା ବହୁ ପୂଜା ଉଲ୍ଲାକ୍କା,ବିରୋଧୀ ଦଳ ନେତା ରାମ ଚନ୍ଦ୍ର କାଡାମ,ଲାଷ୍ମୀପୁର ବିଧାୟକ ,ପବିତ୍ର ସାଉଁତା,ରାୟଗଡା ବିଧାୟକ ଆପଲସ୍ୱାମୀ କାଡ୍ରାକା , ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ,ବିଷମ କଟକ ବିଧାୟକ ନୀଳମାଧବ ହିକ୍କା , ପିସିସି ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା ବରିଷ୍ଠ ନେତା ଅଜିତ ଦାଶ୍,ବାପି ପଟନାୟକ,ଭୂଷଣ ବିଡିକାଙ୍କ ସମେତ ଶହ ଶହ ସଂଖ୍ୟାରେ ସ୍ୱର୍ଗତ ଉଲ୍ଲାକା ପ୍ରେମୀ ଫୋଟ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ବହୁ ବୁଦ୍ଧିଜୀବୀ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ