



ରାୟଗଡ-(କ.ପ୍ର)ଅଜୟ ରଥ-ସମ୍ବିଧାନ ପ୍ରାଣୀତା ତଥା ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଅସମ୍ମାନ ପ୍ରତିବାଦରେ କଂଗ୍ରେସ ତରଫରୁ ରାୟଗଡା ଠାରେ ସମ୍ମାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କ ନେତୃତ୍ୱରେ ନୂଆ ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ଆସି ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପ୍ରଦାନ କରିବା ସହ ଆମ୍ବେଦକର ଙ୍କୁ ଅସମ୍ମାନ କରିଥିବା ଗୃହ ମନ୍ତ୍ରୀ ଅମିତ ସାହାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏହି ଶୋଭଯାତ୍ରାରେ ବିରୋଧି ଦଳ ନେତା ରାମଚନ୍ଦ୍ର କାଡାମ, ରାୟଗଡା ବିଧାୟକ ଆପୁଲ ସ୍ୱାମୀ କାଡ୍ରାକା, ବିଷମ କଟକ ବିଧାୟକ ନୀଳମାଧଵ ହିକକା, ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ପ୍ରମୁଖ ସାମିଲ ହୋଇଥିଲେ. ତେବେ ଅମିତ ସାହା ଇସ୍ତଫା ଦେବା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନ ଜାରି ରଖିବ ବୋଲି ସାଂସଦ ଓ ବିରୋଧି ଦଳ ନେତା କହିଛନ୍ତି।