କଟକ ଭରସା ପରିବାର ର ପ୍ରମୁଖ ସ୍ମୃତି ସାହୁ ତାଙ୍କ ଶୁଭ ଜନ୍ମଦିନ ଟିକୁ ଚୌଦ୍ଵାର ସ୍ୱାଗତିକା ବୃଦ୍ଧାଶ୍ରମ ରେ ପାଳନ

କଟକତା ୨୨.୧୨.୨୦୨୪ ରିଖ ରବିବାର ଦିନ କଟକ ଭରସା ପରିବାର ର ପ୍ରମୁଖ ସ୍ମୃତି ସାହୁ ତାଙ୍କ ଶୁଭ ଜନ୍ମଦିନ ଟିକୁ ଚୌଦ୍ଵାର ସ୍ୱାଗତିକା ବୃଦ୍ଧାଶ୍ରମ ରେ ପାଳନ କରିଥିଲେ।ଆଶ୍ରମରେ ଥିବା ୩୦ ଜଣ ଅନ୍ତେବାସୀଙ୍କ ରୋଟାରୀ ଚକ୍ଷୁ ହସ୍ପିଟାଲ୍ ସହଯୋଗରେ ମାଗଣା ଚକ୍ଷୁ ପରୀକ୍ଷା କରିଥିଲେ ଏବଂ ଆଖ ପାଖ ରୁ ୨୦ଜଣ ଚକ୍ଷୁ ପରୀକ୍ଷା କରିଥିଲେ। ତନ୍ମଧ୍ୟରୁ ୫ ଜଣ ଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ସ୍ଥିର ହୋଇଥିବା ବେଳେ ଦୁଇ ଜଣଙ୍କୁ ଅସ୍ତ୍ରୋପଚାର ପାଇଁ ନିଆ ଯାଇଥିଲା।ଅନ୍ୟ ତିନି ଜଣଙ୍କର ସ୍ବାସ୍ଥ୍ୟ ଗତ ସମସ୍ୟା ଥିବାରୁ ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ହେଲା ପରେ ତାଙ୍କୁ ଅସ୍ତ୍ରୋପଚାର ପାଇଁ ନିଆଯିବ ।ଭରସା ପରିବାର କଟକ ଶାଖାର ମୁଖ୍ୟ ସ୍ମୃତି ସାହୁ,ଦେବାନନ୍ଦ ଦାଶ,ଯଶୋବନ୍ତ ମହାନ୍ତି,ସ୍ୱାଗତିକା ସାହୁ, ରାକେଶ ସାହୁ, ପ୍ରଭାସିନୀ ବେହେରା, ଉର୍ମିଳା ବେହେରା,ସୋନାଲି ପ୍ରିୟଦର୍ଶିନୀ ସାହୁ,ବିକାଶ ଗିରି , Bhrc ର ପ୍ରେସିଡେଣ୍ଟ ପ୍ରସନ କୁମାର ଗୁରୁ,ସନ୍ଦୀପ ବିଶ୍ଵାଳ, ବିବେକାନନ୍ଦ ଦଳେଇ ଆଦି ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ।ସଫଳତାର ସହ ଶିବିର ସମ୍ପାଦିତ ହେବା ପରେ ଅନ୍ତେବାସୀ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା କରାଯାଇଥିଲା।ଏତାଦୃଶ କାର୍ଯ୍ୟକ୍ରମରେ SCB ମେଡିକାଲ ର ପୂର୍ବତନ ପରାମର୍ଶ ଦାତା ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସାହୁ ଉପସ୍ଥିତ ହୋଇ ସାମାଜିକ କର୍ମୀ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।ଅନୁରୂପ ଭାବେ ସ୍ୱାଗତିକା ବୃଦ୍ଧାଶ୍ରମର ମୁଖ୍ୟ ଦେବେନ୍ଦ୍ର ଭାଇ କୃତଜ୍ଞତା ଜ୍ଞାପନ ପୂର୍ବକ ଆନ୍ତରିକ ସାଧୁବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *