ବର୍ତ୍ତମାନ ଓଡିଶାରେ ଲଘୁଚାପ ବର୍ଷା ସାଙ୍ଗକୁ ପ୍ରଚଣ୍ଡ ଶୀତ ଲହରୀରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଥିବା ବେଳେ ଅସହାୟ,ଗରୀବ ଓ ରାସ୍ତା କଡ଼ରେ ଗୃହ ଶୂନ୍ୟ ଜନସାଧାରଣ ବିନା ଶୀତବସ୍ତ୍ରରେ ବହୁ କଷ୍ଟରେ ନିଜର ଜୀବନ ଅତିବାହିତ କରୁଛନ୍ତି। ଏମାନଙ୍କର ଏହି କଷ୍ଟ ଦାୟକ ଜୀବନ ଅତିବାହିତ କୁ ହୃଦୟଙ୍ଗମ କରି ପ୍ରତିବର୍ଷ ପରି ଚଳିତବର୍ଷ ଉଦୀୟମାନ ପକ୍ଷରୁ ବିଭିନ୍ନ ସ୍ଥାନରେ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି ।
ବଡ଼ଚଣା ବ୍ଳକର ସଂଜୟନଗର ,ତେଲିଗଡ , ଧାନମଣ୍ଡଳ, ସମେତ ୧୬ / ୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ବୁଲୁଥିବା ମାନସିକ ବିକଳାଙ୍ଗ ରୋଗୀଙ୍କୁ ଅନୁଷ୍ଠାନ ପକ୍ଷରୁ ଶୀତ ବସ୍ତ୍ର ଓ କମ୍ବଳ ପ୍ରତେହ ସଂନ୍ଧ୍ୟା ଓ ସକାଳେ ସ୍ବେଚ୍ଛାସେବୀ ପ୍ରତାପ ଚନ୍ଦ୍ର ଦାସ, ରଶ୍ମିରଞ୍ଜନ ଦାସ , ରଶ୍ମିତା ନାୟକ ମମତା ରାଉତ ପ୍ରମୁଖ ବଣ୍ଟନ କରୁଛନ୍ତି ସେହିପରି ଆଜି ସକାଳ ମେଘୁଆ ପାଗ ସହ ପ୍ରଚଣ୍ଡ ଶୀତରେ କଟକ ଶାଖା ଉଦୀୟମାନ ସ୍ବେଚ୍ଛାସେବୀ ମହିଳା ସଂଗଠନ, ବିଡାନାସୀ, କଟକ ଶାଖା ତରଫରୁ ଅସହାୟ ଲୋକମାନଙ୍କୁ ଶୀତକାଳୀନ ବସ୍ତ୍ର ଓ କମଳ ବଣ୍ଟନ କରାଯାଇଥିଲl l ଶୀତରେ ଥରୁଥୂବା ଲୋକମାନଙ୍କୁ ରାଜାବଗିଚା, ବାଦାମବାଡ଼ି ଓ ଚାଉଳିଆଗଞ୍ଜ ବସ୍ତିରେ ଶୀତବସ୍ତ୍ର ବଣ୍ଟନ କରି ହସ ଫୁଟାଇବାରେ ଚେଷ୍ଟା କରି ଅନେକ ଆଶୀର୍ବାଦ ସାଉଁଟାଇଛନ୍ତି ଏହି ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟା ମାନେ। ଏହି ଜନସେବା କାର୍ଯ୍ୟକ୍ରମରେ
ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଦିନେଶ ଗୁପ୍ତା ସମ୍ପାଦିକା ଗୀତାଞ୍ଜଳୀ ସାହୁ, ଉପ-ସଭାପତି ନିବାସ ଚନ୍ଦ୍ର ମିଶ୍ର, ଉପଦେଷ୍ଟା ତଥା ହାସ୍ୟ କବି ରଞ୍ଜନ କୁମାର ସାହୁ , ଯୁବ ସମାଜ ସେବୀ ବିବେକାନନ୍ଦ ଦଳାଇ, ଯୁବସମାଜ ସେବୀ କୀର୍ତ୍ତି କୁମାର ସାହୁ ଓ ସହ-ସମ୍ପାଦିକା ଶ୍ରୀମତୀ କଳ୍ପନା ବେହେରା ଶୀତ ବସ୍ତ୍ର ବଣ୍ଟନ କାମରେ ନିୟୋଜିତ ଅଛନ୍ତି l ଏହି କାର୍ଯ୍ୟକ୍ରମ ନୂଆବର୍ଷ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଅନୁଷ୍ଠାନର ସଂପାଦକ ଅନିଲ କୁମାର ଦାସ ପ୍ରକାଶ କରିଛନ୍ତି ।