
ତ୍ରପୁର : ୨୦.୧୨.୨୪
(ମିଥୁନ ବାରିକ୍)
ଛତ୍ରପୁର : ଛତ୍ରପୁର ବ୍ଲକ ରେ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ ହୋଇଛି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ ବ୍ଲକ ର ବିଭିନ୍ନ ପଂଚାୟତ ର ୪୯୮ ଜଣ ନୂତନ ହିତାଧିକାରୀ ଙ୍କୁ
ବିଧବା, ବାର୍ଦ୍ଧକ୍ୟ, ଭିନ୍ନକ୍ଷମ, ଓ ଅବିବାହିତଙ୍କୁ ମଧୁବାବୁ ଭତା ଛତ୍ରପୁର ବିଧାୟକ ବଣ୍ଟନ କରିଥିଲେ ଛତ୍ରପୁର ବ୍ଲକ ଜାତୀୟ ସ୍ତରରେ ପ୍ରଥମ ହୋଇ ପୁରସ୍କୃତ ହୋଇଛି ଏନେଇ ଛତ୍ରପୁର ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷା, ସରପଞ୍ଚ, ସମିତିସଭ୍ୟ ଙ୍କୁ ଶ୍ରେୟ ଦେଇ ଛତ୍ରପୁର ବିଧାୟକ ଏମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ, ଉପାଧ୍ୟକ୍ଷା ଏସ. ସାରଦା ରେଡ୍ଡୀ ମଧ୍ୟ ବିଧାୟକ ଙ୍କ ସହ ଭତ୍ତା ବଣ୍ଟନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଭାରପ୍ରାପ୍ତ ବିଡ଼ିଓ ଜୟଶ୍ରୀ ପ୍ରଧାନ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜଗନ୍ମୋହନ ସେନାପତି,ବ୍ଲକ ଫାଇନେସ ଅଧିକାରୀ ଗିରିଷ ଚନ୍ଦ୍ର ମହାରଣା ଙ୍କ ସମେତ ସରପଞ୍ଚ, ସମିତିସଭ୍ୟ, ଯନ୍ତ୍ରୀ, ଅଧିକାରୀ ମାନେ ଉପସ୍ଥିତ ଥିଲେ ।