ଦେଢ ମାସରେ ରାଇଗୋଡା ନିଷିଦ୍ଧ ଖଣିରୁ ଚୋରି ହେଲାଣି ୬୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କଳାପଥର : ତଥାପି ନିଦାବିଷ୍ଣୁ ସାଜିଛି ପ୍ରଶାସନ,ଯୋଗାଣ ମନ୍ତ୍ରୀଙ୍କ ନିରବତା ନେଇ ଉଠୁଛି ପ୍ରଶ୍ନ

ଚଣ୍ଡିଖୋଲ?ଚଡେଇଧରା,, ଯାଜପୁର ଓ ଢେଙ୍କାନାଳ ଜିଲ୍ଲା ସୀମାନ୍ତ ନିହଲପ୍ରସାଦ ମୌଜା ଅଧିନ ଚଡକମରାର ରାଇଗୋଡା ନିଷିଦ୍ଧ ପଥର ଖଣିରୁ ଚଳିତ ଦେଢରୁ ଦୁଇମାସ ମଧ୍ୟରେ ୬୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର କଳାପଥର ଚୋରି ହୋଇସାରିଲାଣି!ବ୍ୟାପକ ପଥର ଚୋରି ସାଙ୍ଗକୁ କଳାପଥର ତୋରଙ୍କ ଉତ୍ପାତରେ ଅଞ୍ଚଳବାସୀ ତ୍ରାହିତ୍ରାହି ଡାକୁଜନ୍ତି! ଶକ୍ତିଶାଳୀ ବିଷ୍ଫୋରଣ ଓ ପାହାଡ ଫଟାଇ ପଥର ଖନନ ଯୋଗୁଁ ବ୍ୟାପକ ଜଙ୍ଗଲ ଧ୍ୱଂସ ହୋଇ ପ୍ରାକୃତିକ ପରିବେଶ ନଷ୍ଟଭ୍ରଷ୍ଟ ହେଉଛି! ମାଫିଆଙ୍କ ଏପରି ଉତ୍ପାତ ଯୋଗୁଁ ଜଙ୍ଗଲୀ ଜୀବଯନ୍ତୁଙ୍କ ଜୀବନ ବିପନ୍ନ ହେବା ସହିତ ସରକାର ଏଠାରୁ ଦୈନିକ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ରାଜସ୍ୱ ହରାଉଛନ୍ତି! ତଥାପି ସ୍ଥାନୀୟ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଏହି ଚୋରିକୁ ରୋକିବା ପରିବର୍ତ୍ତେ ନିଦାବିଷ୍ଣ ସାଜିଥିବା ଆଲୋଚନା ହେଉଛି! ପଥର ଚୋରଙ୍କ ଉତ୍ପାତ ଓ ପାହାଡରେ ପଥର ଫଟାଇବା ପାଇଁ ହେଉଥିବା ଶକ୍ତିଶାଳୀ ବିଷ୍ଫୋରଣ ଯୋଗୁଁ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଓ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ସୀମାନ୍ତଵର୍ତ୍ତୀ ୧୫ଟି ପଞ୍ଚାୟତର ୪୦ରୁ ଉର୍ଦ୍ଧ୍ବ ଗ୍ରାମର ଲୋକେ ବିଶେଷଭାବେ ପ୍ରଭାବିତ ହେଉଥିଲା ବେଳେ ଦୈନିକ ଏଠାରେ ମୃଦୂ ଭୂମିକମ୍ପ ଅନୁଭୂତ ହେଉଛି! ଏଥିନେଇ ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିବା ସହ ବିଭିନ୍ନ ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରକାଶ ପାଇଆସୁଛି ! ଏତେସବୁ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ବଦଳରେ ସ୍ଥାନୀୟ ପୋଲିସ,ଜଙ୍ଗଲ ବିଭାଗ ଅଧିକାରୀ,ତହସିଲ କତ୍ତୃପକ୍ଷ ଓ ଖଣି ବିଭାଗ ଅନ୍ଧ,ମୂକ ବଧିର ସାଜିଥିବା ଅଭିଯୋଗ ହୋଇଛି! ଗଁଦିଆ ତହସିଲର ନିହଲପ୍ରସାଦ ରାଜସ୍ୱ ମୌଜାର ଖାତା ନଂ ୧୫୧୩ ର ପ୍ଳଟ ନଂ ୬୧୬୮ ଓ ୬୨୩୨ରେ ଚଡକମରା ନିକଟ ରାଇଗୋଡା ପାହାଡରେ ନିହଲପ୍ରସାଦ ରୋଡମେଟାଲ-୨ ଓ ୩ ନମ୍ବର ନାମରେ ୪୯.୫୦ ଏକର ବିଶିଷ୍ଟ ଦୁଇଟି କଳା ଖପଥର ଖଣି ରହିଛି! ପୂର୍ବରୁ ଏହି ଖଣିକୁ ସରକାର ନିଲାମ କରୁଥିଲେ! ତେବେ ରାଜସ୍ୱ ଓ ଖଣି ବିଭାଗ ଅଧିନସ୍ତ ଏହି ଖଣି ଜଙ୍ଗଲ କିଶମ ବୋଲି ଜଣାଲଡବା ପରେ ଗତ ୨୦୧୯ ମସିହା ମେ’ମାସ ଠାରୁ ଏହା ଉପରେ ୧୪୪ଧାରା ଯାରୀ କରାଯାଇ ପଥର ଖନନକୁ ନିଷିଦ୍ଧ ଘୋଷଣା କରାଯାଇଛି! ସେବେଠାରୁ ଏଠାରେ ପଥର ଖନନ ବନ୍ଦ ରହିଥିଲା! ତେବେ ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଘୋଷିତ ନିଶେଦ୍ଧା ଦେଶକୁ ଖାତିର ନକରି ମାଫିଆମାନେ ଗତ ଅଷ୍ଟୋବର ମାସରୁ।ଏଠାରେ ୫୦ରୁ ଉର୍ଦ୍ଧ୍ବ କମ୍ପରେସର ମେସିନ ଲଗାଇ ପାହାଡକୁ ଗାତକରି ଶକ୍ତିଶାଳୀ ବିଷ୍ଫୋରଣ କରିବା ପରେ ଦୈନିକ ଶତାଧିକ ହାଇଉଆ ଟ୍ରକଯୋଗେ ପଥର ଚୋରି କରୁଛନ୍ତି! ପ୍ରତ୍ୟେକ ରାତିରେ ଏଠାରୁ ତିନିରୁ ଚାରିଶହ ଟ୍ରିପ କଳାପଥର ଚୋରିହୋଇ ପାଖରେ ଥିବା ମେଗା କ୍ରସରକୁ ଚାଲାଣ ହେଉଛି! ପ୍ରତିଦିନ ଏଠାରୁ ୩୦ରୁ୩୫ ହଜାର ଘନମିଟର(୨୦ ହଜାର ଟନରୁ ଉର୍ଦ୍ଧ୍ବ) ପଥର ଚୋରି ହେଉଛି! ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ଦୂଇକୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି! ଏହି ହିସାବରେ ଗତ ଦୁଇମାସ ହେବ ଏଠାରୁ ପ୍ରାୟ ୬୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର କଳାପଥର ଚୋରି ହୋଇ ସାରିଥିବା ସ୍ଥାନୀୟ ଲୋକେ କହିଛନ୍ତି! ଏହି ଚୋରିରେ ନିହଲପ୍ରସାଦର ମଦ ବେପାରୀ ଡୁନା ଜେନା ନିଜକୁ ଶାସକ ବିଜେପି ଦଳର କାରପଟଦାର ସାଜି ବିରୋଧୀ ବିଜେଡି ଦଳର ସ୍ଥାନୀୟ ନେତା ବୋଲାଉଥିବା ପ୍ରମୋଦ କବି ବୋଲକରା ସାଜି ଚୋରିର ମାଷ୍ଟର ମାଇଣ୍ଡ ଭାବେ ଦିନକୁ ତିନିରୁ ଚାରି ଲକ୍ଷ ଟଙ୍କାର ବଟି ହାତୋଉଥିବା ଜଣାପଡିଛି! ଚଡକମରାର ବେଆଇନ ଖଣି ମାଲିକ ପ୍ରମୋଦ ରାଇଗୋଡା ପାହାଡରେ ଥିବା ତାର ଚୋରା ପଥର ଖଣିରୁ ଦିନକୁ ତିନିଶହ ଟ୍ରିପ ପଥର ଚୋରିକରି ନିହଲପ୍ରସାଦ ମୌଜାରେ ଥିବା ତାର ପିଆରଏମଏମ କ୍ରସରକୁ ବୋହି ନେଉଥିବା ଜଣାପଡିଛି! ଚୋରା ପଥରକୁ ବ୍ୟବହାରକରି କ୍ରସରରୁ ବାହାରୁଥିବା ଚିପ୍ସ ମେଟାଲକୁ ନକଲି ଜିଏସଟି ଓ ନକଲି ପରମିଟରେ ବାହାରକୁ ଚାଲାଣକରି ମାଲେମାଲ ହେଉଥିବା ଆଲୋଚନା ହୋଉଛି! ଏଥିସହ ଦୁଇ ତିନିଜଣ ସ୍ଥାନୀୟ କୁଜିନେତା ଐହି ଚୋରା ବେପାରରେ ସିଧାସଳଖ ସଂପୃକ୍ତ ଥିବା ସହ ମୋଟା ଅଙ୍କର ବଟିନେଇ ଅସାମାଜିକ କାର୍ଯ୍ୟକୁ ପ୍ରୋତ୍ସାହିନ ଦେଉଥିବା ଆଲୋଚନା ହେଉଛି! ଏବେ ଉକ୍ତ ପାହାଡ ପାଖରେଥିବା ପିଆରଏମଏମ କ୍ରସର ସହିତ ଅନ୍ୟ ୪/୫ଟି ମେଗା କ୍ରସରର ମାଲିକ ହଜାର ହଜାର ଟ୍ରିପ ଚୋରା ପଥର ଗଛିତରଖି ତାହାକୁ ନିଜ କ୍ରସରରେ ବ୍ୟବହାର କରୁଛନ୍ତି ଓ ନକଲି ଜିଏସଟି ଓ ନକଲି ଚାଲାଣ ଦ୍ୱାରା ଉତ୍ପାଦିତ ଚିପ୍ସ ମେଟାଲ ବାହାରକୁ ବିକ୍ରି କରି ମାଲାମାଲ ହେଉଛନ୍ତି! ହେଲେ ସରକାର ଏଥିରୁ ଟଙ୍କାଟିଏ ମଧ୍ୟ ରାଜସ୍ୱ ପାଉନଥିବା ଜଣାପଡିଛି! ନିଜ ଅଞ୍ଚଳରେ ଏତେବଡ ଚୋରିହେବା ସହିତ ସରକାରଙ୍କର ଏଠାରେ ଏତେବଡ ଆର୍ଥିକ ଖ୍ୟତି ହେଉଥିଲା ବେଳେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସବୁଜାଣି କାହିଁକି ଚୁପ ରହିଛନ୍ତି ତାକୁନେଇ ସମଗ୍ର ଢେଙ୍କାନାଳ ଜିଲ୍ଲାରେ ଆଲୋଚନା ହେଉଛି! ମଦ ବେପାରୀ ଡୁନା ଓ ଚୋରା ପଥର ଖାଦାନ ଓ କ୍ରସର ବେପାରୀ ପ୍ରମୋଦ ମଧ୍ୟରେ ପଥର ଚୋରିପାଇଁ ହୋଇଥିବା ଅନୈତିକ ମେଣ୍ଟ ଯୋଗୁଁ ଏଠାରେ ଶାସକଦଳ ବଦନାମ ହେଉଥିବା ଆଲୋଚନା ହୈଉଛି! ଯାହାକୁନେଇ ସ୍ଥାନୀୟ ବିଜେପି କର୍ମୀ ମହଲରେ ତିବ୍ର ଅସନ୍ତୋଷ ସୃଷ୍ଟି ହୋଇଥିବା ଜଣାପଡିଛି! ଯୋଗାଣ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ନଦେଲେ ଆଗକୁ ଡୁନା ଓ ପ୍ରମଦଙ୍କ ପାଇଁ ଲୋକଙ୍କ ସରବ୍ୟ ହେବେ ବୋଲି ନିଜ ନାମ ଗୋପନ ରଖିବା ସର୍ତ୍ତରେ ବହୁ ବିଜେପି କର୍ମୀ ମତ ରଖିଛନ୍ତି! ଦୁର୍ନୀତି ଓ ବେଆଇନ କାର୍ଯ୍ୟକୁ କୌଣସି ମତେ ପ୍ରଶ୍ରୟ ଦିଆ ଯିବନାହିଁ! ଏପରି କାର୍ଯ୍ୟରେ ଯେତେ ପ୍ରଭାବଶାଳୀ ବ୍ୟକ୍ତି ଜଡିତ ଥାଆନ୍ତୁନା କାହିଁକି କାହାକୁ ଛଡାଯିବନାହିଁ ବୋଲି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରୀ ମଣ୍ଡଳର ବହୁ ବରିଷ୍ଠ ମନ୍ତ୍ରୀ ସିଧା ସଳଖ ଚେତାବନୀ ଦେଇଛନ୍ତି! ରାଜ୍ୟରେ ଦୁର୍ନୀତିକୁ ରୋକିବା ସହ ବେଜେପି ସରକାରଙ୍କ ଭାବମୂର୍ତ୍ତିକୁ ଉଜ୍ୱଳ ରଖିବା ପାଇଁ ଏହି ଘୋଷଣା ପ୍ରଜୁଯ୍ୟ ହୋଇଥିବାରୁ ତାହା ଆଧାରରେ ରାଇଗୋଡା ପାହାଡରେ ହେଉଥିବା ପଥର ଚୋରିକୁ ରୋକିବା ସହ ପିଆରଏମଏମ ଓ ଅନ୍ୟ ସବୁ କ୍ରସରରେ ଗଛିତଥିବା ଚୋରା ପଥରକୁ ଯଥାଶୀଘ୍ର ଯବତ କରି ସେମାନଙ୍କ ଠାରୁ ସରକାରୀ ରାଜସ୍ୱ ଓ ଯୋରିମାନା ଆଦାୟ କରିବା ଓ ସଂପୃକ୍ତ କ୍ରସର ମାଲିକ ଏବଂ ବେଆଇନ ଖଣି ଖନନରେ ଲିପ୍ତ ମାଫିଆମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି!

Leave a Reply

Your email address will not be published. Required fields are marked *