ଛତ୍ରପୁର ଠାରେ ସଂକୁଳ ସ୍ତରୀୟ କ୍ରୀଡା ଅନୁଷ୍ଠିତ l୬ ଟି ଶିଶୁ ମନ୍ଦିର ଛାତ୍ର ଛାତ୍ରୀ ଭାଗ ନେଲେ ।

ଛତ୍ରପୁର : ୧୫.୧୨.୨୪

(ମିଥୁନ ବାରିକ୍)

ଛତ୍ରପୁର : ଆଜି ଛତ୍ରପୁର ଷ୍ଟାଡିୟମ ଠାରେ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଦ୍ୱାରା ପରିଚାଳିତ ଛତ୍ରପୁର ସଂକୁଳ ଯଥା ଗୋପାଳପୁର ,ଛତ୍ରପୁର ,ରମ୍ଭା ନରେନ୍ଦ୍ରପୁର ,ଗଂଜାମ ଓ ଭଞ୍ଜବିହାର ର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପୂର୍ବରୁ ହୋଇଥିବା ବାର୍ଷିକ କ୍ରୀଡା ଉତ୍ସବରେ ବିଭିନ୍ନ ବିଭାଗରେ ଚମ୍ପିୟlନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ନେଇ ଛତ୍ରପୁର ସଂକୁଳସ୍ତରୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ କୁ ଛତ୍ରପୁର ସ୍ଥିତ ରାମନଗର ସରସ୍ଵତୀ ଶିଶୁ ବିଦ୍ୟା ର ପ୍ରଧାନ ଆର୍ଚାଯ୍ୟ ରବୀନ୍ଦ୍ର ନାଥ ଦାସ ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅଷ୍ଟମ ବାଟାଲିୟନ ର ଦୂର୍ଗପତି ସାରଦା ପ୍ରସାଦ ଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ ଉଦଘାଟନ କରିଥିଲେ l ସମ୍ନାନିତ ଅତିଥି ରୂପେ ଜିଲ୍ଲା ସହ ପ୍ରମୁଖ ବିପିନ୍ ଚନ୍ଦ୍ର ପଟ୍ଟନାୟକ ଏବଂ ଆଈନି ଯିବି ତଥା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସଭାପତି ପଦ୍ମ ଚରଣ ସାହୁ , ସହ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ମଧ୍ୟ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଉକ୍ତ କ୍ରୀଡ଼ାରେ ଛତ୍ରପୁର ବିଦ୍ୟାଳୟରl ଛତ୍ରପୁର ସଂକୁଳର ୬ ଟି ବିଦ୍ୟାଳୟର ୨୬୩ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ୨୨ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟl କ୍ରୀଡା ପରିଚାଳନା କରିଥିଲେ l ଏଥିରେ ୬ ଜଣ ପ୍ରଧାନ ଆର୍ଚଯ୍ୟ ଉପସ୍ଥିତ ରହି ତଦାରଖ କରିଥିଲେ ।
ଅପରାହ୍ନ ରେ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଏବଂ ଛତ୍ରପୁର ଏ ନ୍ ଏ ସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଯୋଗ ଦେଇ କୃତି ୫୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *