ଅଧ୍ୟାପିକାଙ୍କ ପି ଏଚ ଡି ଲାଭ

ଚଣ୍ଡିଖୋଲ ୧୦/୧୨(କଳିଙ୍ଗ ପ୍ରଭା) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପlରକରୁଣାରୁ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ବାବା ଭୈରବlନନ୍ଦ ସ୍ଵଂଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଡଲିନ୍ ବାଳା ସାମଲଙ୍କୁ ରେଭେନ୍ସା ବିଶ୍ବବିଦ୍ୟାଳୟରୁ “ଓଡ଼ିଆରେ ୧୯୮୦ ପରବର୍ତ୍ତୀ ଓଡ଼ିଆ ଐତିହାସିକ ଉପନ୍ୟାସ ” ଶୀର୍ଷକ ସଂବର୍ଭ ପାଇଁ ସମ୍ମାନ ଜନକ ପି ଏଚ୍ ଡି ଡିଗ୍ରୀ ପାଇବାର ଗୌରବ ଅର୍ଜନ କରିଛନ୍ତି । ସେ କଟକ ସ୍ଥିତ ରେଭେନ୍ସା ବିଶ୍ଵବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ତର ରାଜା କୁମାର ନାଏକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗବେଷଣIରତ ଥିଲେ । ଏହି ଗବେଷଣIଟି ଜIମସେଦପୁର ମହିଳା ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଡକ୍ଟର ସୁଧୀର କୁମାର ସାହୁ ଓ ରେଭେନ୍ସା ବିଶ୍ଵବିଦ୍ୟାଳୟର କୁଳପତି ଙ୍କ ଦ୍ଵାରା ଉଚ୍ଚପ୍ରସଂଶିତ ହୋଇଛି l ଡକ୍ଟର ଡଲିନ୍ ବlଳା ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ କମ୍ପିରା ଗ୍ରାମର ବାସିନ୍ଦା ଗିରିଧାରୀ ସାମଲ ଓ ସ୍ବର୍ଗତ ଆରତୀ ସାମଲଙ୍କ କନ୍ୟା ଅଟନ୍ତି l ସେ ଧlନମଣ୍ଡଳ ଗ୍ରାମର ସ୍ବର୍ଗତ କାଶୀନାଥ ନାୟକଙ୍କ ବୋହୁ ଓ ସୁଧୀର ନାୟକ ଧର୍ମ ପତ୍ନୀ ଅଟନ୍ତି l ତାଙ୍କର ଏହି ସଫଳତା ପାଇଁ ସେ ପିତା ମାତା ,ଭଉଣୀ ,ସ୍ବାମୀ , ଶ୍ଵଶୁର ଓ ନଣନ୍ଦ ଓ ପରିବାରର ସମସ୍ତଙ୍କୁ ଶ୍ରେୟ ଦେବା ସହିତ ରେଭେନ୍ସା ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ରାଜା କୁମାର ନାଏକ ଙ୍କୁ ତାଙ୍କର ,ମାର୍ଗ ଦର୍ଶନ ଓ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *