ରାୟଗଡ ପୋଲିସର ବଡ଼ ସଫଳତା।ଦୁଇ ଚୋରି ମାମଲାରେ ୪ଗିରଫ।୩ ମୋଟରସାଇକେଲ ଓ ସୁନାଗହଣା ଜବତ।

ରାୟଗଡ଼ା-(ଅଜୟ ରଥ)ରାୟଗଡ ପୋଲିସକୁ ଦୁଇ ଚୋରି ମାମଲାରେ ମିଳିଛି ବଡ଼ ସଫଳତା। ୪ଜଣଙ୍କୁ ଗିରଫ କରିବା ସହ ଗିରଫଙ୍କ ଠାରୁ ୩ଟି ମୋଟରସାଇକେଲ ଏବଂ ୫ଭରି ସୁନା, ରୂପା ଏବଂ ୫୩୦୦ ଟଙ୍କା ନଗଦ ମିଳିତ ଭାବେ ଜବତ କରିଛି ରାୟଗଡ ଓ ଚାନ୍ଦିଲି ପୋଲିସ।ଏନେଇ ରାୟଗଡ଼ା ଟାଉନ ଥାନାରେ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ ରଶ୍ମିରଞ୍ଜନ ସେନାପତି । ରାୟଗଡ଼ା ଥାନା ପକ୍ଷରୁ କେସ ନଂ ୩୯୭ର ତଦନ୍ତ କରି ୩ଟି ମୋଟରସାଇକେଲ ଜବତ କରିବା ସହିତ ଗାଡ଼ି ଚୋରି ମାମଲାରେ ୩ଜଣଙ୍କୁ ଗିରଫ କରିଛି । ଗିରଫ ୩ଜଣ ହେଲେ ମହାରାଷ୍ଟ୍ର , ନାଗପୁର ବର୍ଦ୍ଧମାନ ନଗରର ନନ୍ଦକିଶୋର ସୁଖଚାନ୍ଦ ଖାକରେ ବୟସ ୪୫ ବର୍ଷ, ରାୟଗଡ଼ା ଜିଲ୍ଲା ଗୁଡ଼ାରି ଥାନା ଅନ୍ତର୍ଗତ ହରିଜନ ସାହିର ବଳିଆ ବିଡ଼ିକା ବୟସ ୨୧ ବର୍ଷ, ଏବଂ ପଦ୍ମପୁର ଥାନା ଅନ୍ତର୍ଗତ ଗୁଡ଼ିଆବନ୍ଧ ଗ୍ରାମର ଇଶ୍ମାଇଲ ଗାଣ୍ଟା ବୟସ ୩୦ ବର୍ଷ । ସୂଚନା ଅନୁଯାୟୀ ରାୟଗଡ଼ା ସହର ଗାୟତ୍ରୀ ନଗର ୨ୟ ଗଳି ବାସିନ୍ଦା ଗୋଦାବରୀ ରଥଙ୍କ ନଭେମ୍ବର ୨୫ ତାରିଖରେ ରାୟଗଡ଼ା ରେଳ ଷ୍ଟେସନ ଗାଡ଼ି ଚୋରି ହୋଇଥିଲା। ଶ୍ରୀ ରଥ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ଟାଉନ ଥାନା ଅଧିକାରୀ କେ କେ ବି କେ କହଁର ଏକ ଟିମ ଗଠନ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିଲା । ଉକ୍ତ ତଦନ୍ତରୁ ଗିରଫ ୩ଜଣ ଗାଡ଼ି ଚୋରି ଘଟଣାରେ ସଂପୃକ୍ତ ରହିଥିବା ପୋଲିସ ଜାଣିବା ପରେ ସେମାନଙ୍କୁ ଗିରଫ କରି ସେମାନଙ୍କ ଠାରୁ ୩ଟି ମୋଟରସାଇକେଲ ଜବତ କରିଛି । ସେହିଭଳି ଚାନ୍ଦିଲି ଥାନା ଅନ୍ତର୍ଗତ କୋଲନରା ଗ୍ରାମର ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କ ଘରେ ଗତ ଡିସେମ୍ବର ୨ ତାରିଖ ରାତିରେ ଚୋରି ନେଇ ଚାନ୍ଦିଲି ଥାନାରେ ଏତଲା ଦେଇଥିଲେ । ଉକ୍ତ ଏତଲାକୁ ଭିତି କରି ଚାନ୍ଦିଲି ପୋଲିସ ତଦନ୍ତ ଆରମ୍ଭ କରି ଚାନ୍ଦିଲି ଥାନା ଅନ୍ତର୍ଗତ ଭାଟିପଡ଼ା ଗ୍ରାମର ଅଖିଳ ମହାରଣାର ସମ୍ପୃକ୍ତି ପୋଲିସ ଜାଣିବାକୁ ପାଇବା ପରେ ଅଖିଳକୁ ଗିରଫ କରିଛି। । ଗିରଫ ପରେ ପଚରାଉଚୁରା କରି ଅଖିଳଙ୍କ ଠାରୁ ୨ଟି ସୁନା ଚେନ୍‌, ୬ଟି ସୁନା ମୁଦି, ୪ହଳ କାନଫୁଲ, ଗୋଟିଏ ସୁନା ଲକେଟ୍‌, ୫ ହଳ ରୂପା ପାଉଁଜି ଏବଂ ୪ହଳ ରୂପା ମୁଦି ସହିତ ୫୩୦୦ ଟଙ୍କା ନଗଦ ଜବତ କରିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାୟଗଡ଼ା ଆଇଆଇସି କେକେବିକେ କହଁର, ଚାନ୍ଦିଲି ଆଇଆଇସି ପ୍ରସନ୍ନ କୁମାର ବେହେରା ଏବଂ ଏସଆଇ ଆଶୁତୋଷ ସାହୁଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *