


କଲ୍ୟାଣସିଂହପୁର(ତପନ କାଡ୍ରାକା) ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ସରକାରୀ ଉଚ୍ଚ ବିଦ୍ୟାଳୟ ଶିକରପାଇ ଠାରେ ମହା ଆଡ଼ମ୍ବରରେ ତିନିଦିନ ଧରି ବାର୍ଷିକ କ୍ରୀଡା ଉଚ୍ସବକୁ ଉଦ୍ଘାଟନ ହୋଇଯାଇଛି । ଏହି ଉତ୍ସବରେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ କର ମହୋଦୟଙ୍କ ଦ୍ୱାରା ମସାଲ କୁ ସ୍ୱାଗତ କରି ରିବନ କଟାଯାଇଥିଲା । ଭକ୍ତ କ୍ରୀଡ଼ା ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଞ୍ଜୀତ କୁମାର ଗିରି ମହୋଦୟ ସଭାପତିତ୍ବ ଥିବା ବେଳେ ବିଦ୍ୟାଳୟର ମୋ ସ୍କୁଲର ସଭାପତି ଶ୍ରୀଯୁକ୍ତ ଈଶ୍ଵର ଗୋପାଲଚେଟୀ ସବୁଜ ପତାକା ଦେଖାଇ ଖେଳ ଆରମ୍ଭ କରିଥିଲେ ଏହା ସହ ବିଦ୍ୟାଳୟର SMC ସଭାପତି ଶ୍ରୀମତୀ ସୁନିତା ଲେଙ୍ଗ୍ରି , କଲ୍ୟାଣସିଂହପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଡମ୍ବରୁ କଞ୍ଜା କା,ଉପସ୍ଥିତ ରହିଥିଲେ ତତ୍ ସହ ଏହି କାର୍ଯ୍ୟକ୍ରମର ମୁଖ୍ୟ ପୁରଧା ବିଦ୍ୟାଳୟର କ୍ରୀଡା ଶିକ୍ଷକ ସାଇଜ୍ୟୋତି ବେହେରା ମହୋଦୟ ଏବଂ ସହଯୋଗରେ ଅଛନ୍ତି ଶ୍ରୀଯୁକ୍ତ ତାପସ କୁମାର ଦଳାଇ , ବସନ୍ତ କୌଶଲ୍ୟା, ଈଶ୍ଵର ମାଣ୍ଡାଙ୍ଗି,ସିଦ୍ଧାନ୍ତ କୁଲି ସିକା,ରାକେଶ ତାରିଣୀ, ସୋନିଆ ଦିପ୍, ମମତା ନନ୍ଦ, ସନ୍ତୋଷ ମହାରଣା, ସୁବ୍ରତ ଖୋସଲା, ଜିତ୍ରେନ୍ଦ୍ର ମାଲେଟି,ଜି.ମୁରଲୀ ମୋହିନୀ ଉପସ୍ଥିତି ରହି କାର୍ଯ୍ୟକ୍ରମ ଟିକୁ ଆରମ୍ଭ କରିଥିଲେ,ତିନିଦିନ ଧରି କାର୍ଯ୍ୟକ୍ରମରେ ପିଲାଙ୍କ ମଧ୍ୟରେ ବିଭିନ୍ନ ଖେଳ ସବୁ ଆୟୋଜନ କରାଯାଉଅଛି । ମସାଲ୍ ସୋଭା ଯାତ୍ରା ଟି ସିକରପାଇ ର ଅଧିଷ୍ଠାତ୍ରୀ ଦେବୀ ମାଁ ମୁତ୍ୟାଲୁମାଠାରୁ ପୂଜାର୍ଚ୍ଚନା କରି ଅଣାଯାଇଥିଲା ପିଲାଙ୍କର ଖେଳ ହେବା ପୂର୍ବରୁ ଶିକ୍ଷାର୍ଥୀଙ୍କ ଦ୍ଵାରା ଆରୋବିକ୍ ନୃତ୍ୟ ପରିବେଷଣ କରାଯାଇଥିଲା । କ୍ରୀଡା ର ଶେଷ ଦିବସ ରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ମିଳିଛି।