
*ବିଭିନ୍ନ ଯୋଜନା ରେ ହେଇଥିବା ଦୁର୍ନୀତି ତଥା ଅର୍ଥ ଆତ୍ମସାତ ର ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।
ତାଳଚେର (ଦିଲୀପ କୁମାର ଚୋପଦାର, କଳିଙ୍ଗପ୍ରଭା ଟିଭି ) : କୋଇଲା ନଗରୀ ତାଳଚେର ସବୁବେଳେ ସିଂହଭାଗ ରାଜସ୍ବ ଅର୍ପଣ କରି ଦେଶ ତଥା ରାଜ୍ୟ ବିକାଶ ରେ ସବୁବେଳେ ନିଜର ଭାଗିଦାରୀ ରଖି ଆସିଛି କିନ୍ତୁ ସବୁବେଳେ ବିକାଶ ଏଇଠି ଦିଗହରା ର ପ୍ରମାଣ ସହିତ ପ୍ରଶାସନିକ ଅବହେଳା ଶିକାର କାହାକୁ ଅଛପା ନୁହେଁ । ରାସ୍ତା ଘାଟ ର ଅବସ୍ଥା ଶୋଚନୀୟ । ଧୂଳି, ଧୂଆଁ ରେ ଲୋକେ ସଢ଼ୁଛନ୍ତି । ସ୍ୱାସ୍ଥ୍ୟ ବ୍ୟବସ୍ଥା ଲୋକେ କହିବେ । ସର୍ବୋପରି ତାଳଚେର ପୌରସଂସ୍ଥା ର କାର୍ଯ୍ୟ କଳାପ ସବୁବେଳେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି। ତାଳଚେର ନଗର ବାସିନ୍ଦା କହନ୍ତି ନିର୍ମାଣ କାର୍ଯ୍ୟ ହେଉ କି ବିଭିନ୍ନ ଯୋଜନା ହେଉ କି କିନ୍ନର ମାନଙ୍କ ପାଇଁ କିଣା ଯାଇଥିବା ବ୍ୟାଟେରୀ ଚାଳିତ ଗାଡି ସବୁଥିରେ ପ୍ରିୟା ପ୍ରୀତି ତୋଷଣ , ପକେଟ ଗରମ ନୀତି ଓ ଦୁର୍ନୀତି।ଏହି ଗାଡ଼ି ଗୁଡ଼ିକ କୁଆଡେ ଗଲା ତାର ପତ୍ତା ଖୋଜିବା ମୁସ୍କିଲ । ରାସ୍ତା ,ଡ୍ରେନ ଆଦି ନିର୍ମାଣ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଅବସ୍ଥା ଶୋଚନୀୟ । ବିଗତ ଦିନରେ ହାଟତୋଟା ମୁଖ୍ୟ ମାର୍ଗ କୁ ଅବରୋଧ କରିଥିବା ଦୋକାନୀ ଙ୍କୁ ଉଚ୍ଛେଦ କରିବା ପ୍ରହସନ କରି କିଛି ଅଧିକାରୀ, କର୍ମଚାରୀ, ନେତା ନିଜ ହାତ ଚିକ୍କଣ କରି ମାନ୍ୟବର ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କୁ ଅବମାନନା ପୂର୍ବକ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଖବର ମିଳେ । ଏହାର ତଦନ୍ତ ହେଲେ ବହୁ ଗୁମର ଫିଟିବ ତଥା ମୁଖ୍ୟ ମାର୍ଗ କଡ଼ରେ ଥିବା ତଥା ହାଟତୋଟା ଅଞ୍ଚଳରେ ଥିବା ସରକାରୀ ଜମି ଚିହ୍ନଟ ଚିହ୍ନଟ ହୋଇପାରିବ । ବିଶେଷ ସୂତ୍ର ରୁ ଖବର ମିଳେ ଯେ, ଏଠାରେ କୋଟି କୋଟି ଟଙ୍କା ମୂଲ୍ୟ ର ସରକାରୀ ଜମି କୁ କିଛି ଅସାଧୁ ଲୋକ ଜବର ଦାଖଲ କରି ଷ୍ଟଲ୍, ମଲ ଆଦି ନିର୍ମାଣ କରି ଭଡ଼ାରେ ଲଗାଇ ଅଛନ୍ତି । ରାସ୍ତା ସଙ୍କୁଚିତ ହେବା ଫଳରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ। ପୌରସଂସ୍ଥା ର ଏକାଧିକ ଘର ବିଭିନ୍ନ ଜାଗାରେ ଲୋକେ ମାଡି ବସିଛନ୍ତି । ୱାର୍ଡ ନଂ. ୧୧ ରେ ଥିବା ଜାତୀୟ ସହରାଞ୍ଚଳ ମିଶନ ଯୋଜନା ରେ ନିର୍ମିତ ସହରାଞ୍ଚଳ ବାସ ଶୂନ୍ୟ ଙ୍କ ଆଶ୍ରୟ ସ୍ଥଳୀ ବର୍ତ୍ତମାନ କିଛି କର୍ମଚାରୀ ଙ୍କ ଆଡ୍ଡା ସ୍ଥଳୀ ପାଲଟି ଯାଇଛି । ବାସ ଶୂନ୍ୟ ମାନେ ଏଠାକୁ ଗଲେ ତାଲା ଖୋଲା ଯାଉନି ତା ଉପରେ ଗାଳି ଗୁଲଜ ମିଳୁଛି ।ସେମାନେ ଭୟ ରେ ଜିଭ କାମୁଡି ବର୍ଷା, ଶୀତ ରେ ବସ ଷ୍ଟାଣ୍ଡ କିମ୍ବା ଅନ୍ୟ କୋଉଠି ଆବର୍ଜନା ମଧ୍ୟରେ ଶୋଇବାକୁ ବାଧ୍ୟ ହେଉଛନ୍ତି । ଆବର୍ଜନା ପରିବହନ ବେଳେ ପାଲ ଭିଡା କିମ୍ବା ଘୋଡ଼ଣି ଦିଆ ଯାଉନାହିଁ ଫଳରେ ରାସ୍ତା ରେ ଆବର୍ଜନା ପଡ଼ି ପଡ଼ି ଯାଉଛି ବିଭିନ୍ନ ସମୟ ରେ ବାଇକ୍ , ସାଇକେଲ ତଥା ପଥଚାରି ଙ୍କ ଉପର କୁ ଆବର୍ଜନା ପବନରେ ଉଡ଼ି ପଡୁଛି । ପରିବେଶ ପ୍ରଦୂଷଣ ମଧ୍ୟ ହେଉଛି । ଏହି ସବୁ କାର୍ଯ୍ୟ ପାଇଁ ଅଫିସର ଙ୍କ ମନୋମୁଖୀ କାରବାର ତଥା ଅଧ୍ୟକ୍ଷ ଙ୍କ ନୀରବ ସମର୍ଥନ ,କଣ ପାଇଁ ? ଏଥି ପାଇଁ ଲୋକଙ୍କ ଜୀବନ ଦୁର୍ବିସହ । ସହର ରେ ମଶା ଙ୍କ ପ୍ରାଦୁର୍ଭାବ ବଢ଼ିବା ଯୋଗୁଁ ମ୍ୟାଲେରିଆ, ଡେଙ୍ଗୁ ବ୍ୟାପିବା ଆଶଙ୍କା ସୃଷ୍ଟି ହୋଇ ସାରିଲାଣି କିନ୍ତୁ ପୌର ପରିଷଦ ମଶା ଧୂଆଁ,ସନ୍ଧ୍ୟା ସମୟ ରେ ଲୋକ ଦେଖାଣିଆ ଭାବେ ଫୋଗୀଙ୍ଗ କରି ନିଜ ଦାୟିତ୍ଵ ସାରି ଦେଉଛି । ଫୋଗିଂ ଗାଡ଼ି ର ପଛରେ ନମ୍ବର ପ୍ଲେଟ ନାହିଁ । ପୌର ସଂସ୍ଥା ପାଇଁ କଣ ପରିବହନ ଆଇନ ମାଫ କି ? ହାଟ ତୋଟା ମେନ୍ ରୋଡ ରେ ଏମିତି ଫୋଗିଂ କରାଯାଉଛି ଯେ, ଜନ ଗହଳି ରେ ଲୋକେ ଅଣନିଶ୍ୱାଶି ହୋଇ ଅସୁସ୍ଥ ଅନୁଭବ କରୁଛନ୍ତି । ଆଜମା ରୋଗୀ ଙ୍କ ଅବସ୍ଥା ନ କହିବା ଭଲ । ଧୂଆଁ ରେ ରାସ୍ତା ଦେଖା ଯାଉନାହିଁ ଫଳରେ ଯାନବାହାନ ଆଦି ଦୁର୍ଘଟଣା ର ଶିକାର ହେବା ଆଶଙ୍କା ସୃଷ୍ଟି ହେଉଛି ଏବଂ ଯୋଜନା ବିହୀନ ମଶା ଧୂଆଁ ମାରିବା ଲୋକଙ୍କ ପାଇଁ କାଳ ହେଲାଣି । ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ଯେ , ମଶା ଧୂଆଁ ତେଲ ରେ ମଧ୍ୟ କମିସନି କାରବାର ହୋଇଥାଇପାରେ , ନ ହେଲେ ମଶା ମରୁ ନାହାନ୍ତି କଣ ପାଇଁ । ମଶା ମରନ୍ତୁ କି ନ ମରନ୍ତୁ କିନ୍ତୁ ଏମିତି ରେ ଆଗାମୀ ଦିନରେ ଲୋକ ମରିଯିବେ । ଡେଙ୍ଗୁ ସଚେତନତା ପାଇଁ କିଛି ଫ୍ଲେକ୍ସ ରାସ୍ତା କଡ ସାଇଡ ରେ ଲଗାଇ ନିଜ କର୍ତ୍ତବ୍ୟ ସାରିଦିଆଯାଇଛି ଭଳିଆ ପ୍ରତୀୟମାନ ହେଉଛି। ଏପଟେ ପୌରାଞ୍ଚଳ ରେ ଅବସ୍ଥିତ ଅନେକ କବାଡି ଦୋକାନ ରେ ଥିବା ଲୁହା ସାମଗ୍ରୀ, ପ୍ଲାଷ୍ଟିକ ସାମଗ୍ରୀ ରେ ବର୍ଷା ପାଣି ଜମା ହୋଇ ମଶା ମାନେ ଅଣ୍ଡା ଦେଇ ଲାର୍ଭା ସୃଷ୍ଟି କରୁଛନ୍ତି ଫଳରେ ଆଗାମୀ ଦିନରେ ଡେଙ୍ଗୁ ଭଳି ମାରାତ୍ମକ ରୋଗ ବ୍ୟାପିବା ଆଶଙ୍କା ସୃଷ୍ଟି ହେଉଛି। ତେଣୁ ବର୍ଷା ଦିନରେ କବାଡି ଦୋକାନୀ ଙ୍କ ମାଲ ଖାଲି କରିବାକୁ ଚେତାବନୀ ଦେବା ଦରକାର କିନ୍ତୁ ସବୁଠି ପକେଟ ଗରମ ନୀତି ଯୋଗୁଁ ସବୁ ଯୋଜନା ବାଟବଣା ! ସାଧାରଣ ନାଗରିକ ତ୍ରାହି ତ୍ରାହି ଭଜୁଛନ୍ତି , ତାଳଚେର ପୌରସଂସ୍ଥା ର ବିଗତ ଦିନର ଆୟ,ବ୍ୟୟ ର ବାଲାନ୍ସ ସିଟ ଏବଂ କେଉଁ ଯୋଜନା ରେ କେତେ ଟଙ୍କା କୋଉଠୁ, କୋଉ ଫଣ୍ଡ ରୁ ଆସିଛି ଏବଂ କୋଉଠି କଣ ବିନିଯୋଗ ହୋଇଛି ତଥା ତାର ସୁଫଳ ଲୋକେ କେତେ ପାଇଛନ୍ତି । ଏ ସମସ୍ତ କାର୍ଯ୍ୟ ର ଉଚ୍ଚ ସ୍ତରୀୟ ତଥା ଭିଜିଲାନ୍ସ ତଦନ୍ତ ପାଇଁ ତୁରନ୍ତ ସରକାର ଧ୍ୟାନ ଦେବା ପାଇଁ ଦୃଢ ଦାବୀ ହେଉଛି ।