ଅଷ୍ଟମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଗୁଡାରି ,(କଳିଙ୍ଗପ୍ରଭା ଟିଭି ) : ରାୟଗଡା ଜିଲ୍ଲା ଗୁଡାରି ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅଷ୍ଟମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଅନିଶା ଦାସଙ୍କ ତତ୍ୱାବଧାନରେ ଆୟୋଜିତ ଏହି ବୈଠକରେ???? ବିପିଏମ ମାନସ ରଞ୍ଜନ ବାରିକ ମଞ୍ଚାସୀନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ପ୍ରଥମେ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ଓ ଧୂପ ପ୍ରଦାନ କରିବା ପରେ କାର୍ଯ୍ୟକ୍ରମକୁ ପ୍ରାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମରେ ଗୁଣୁପୁର ନିର୍ବାଚନ ମଣ୍ଡଳୀର ନୂତନ ବିଧାୟକ ସତ୍ୟଜିତ ଗମାଙ୍ଗ, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ଶବର, ବ୍ଲକ ଉପାଧ୍ୟକ୍ଷ ବିଶ୍ୱନାଥ ଶବର, ଜିଲ୍ଲା ପରିଷଦ ସଭ୍ୟ ପତି କ୍ରାସ୍କା ମଞ୍ଚାସିନ ହୋଇଥିଲେ l ପୂର୍ବ ସମିତି ବୈଠକର ବିବରଣୀ ପାଠ ପ୍ରଦାନ କରିବା ପରେ ବୈଠକ ଆରମ୍ଭ ହୋଇଥିଲା l ପ୍ରଥମେ ବିଧାୟକ ଶ୍ରୀ ଗମାଙ୍ଗ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ସ୍ୱାସ୍ଥ୍ୟ, ଶିକ୍ଷା ଓ ପରିମଳ ବ୍ୟବସ୍ତା ଉପରେ ଗୁରୁତ୍ୱ ଦେବାପାଇଁ କହିଥିଲେ l ମିଶନ ଶକ୍ତିର ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ନିମନ୍ତେ ବ୍ୟାଙ୍କ ଋଣ ଯୋଗାଇବା ନିମନ୍ତେ ଆଲୋଚନା ହୋଇଥିଲା l ରାସ୍ତାଘାଟ ନିର୍ମାଣ କରିବା ନିମନ୍ତେ ବିଧାୟକ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦେଇଥିଲେ। ଏଥିସହ ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା ବୈଠକରେ ହୋଇଥିଲା l ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚ କରିବା ଉପରେ ବିଧାୟକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ବୈଠକରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟସଭ୍ୟା ପ୍ରମୁଖ ଉପସ୍ଥିତ ରହି ଥିଲେ l ପରି ଶେଷେରେ ଗୁଡାରି ୟୁଥ ଫର ଚେଞ୍ଜ ର ସଦସ୍ୟ ମାନେ ବିଧାୟକ ଶ୍ରୀ ଗମାଙ୍ଗଙ୍କୁ ଅଞ୍ଚଳର ସମସ୍ୟା ବିଷୟରେ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ବିପିଏମ୍ ଶ୍ରୀ ବାରିକ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *