କୁତ୍ରା: ପାଣିରେ ବୁଡି ଯାଇ ନାବାଳିକା ଙ୍କ ମୃତ୍ୟୁ

କୁତ୍ରା (ରିପୋର୍ଟ : ଦେବେନ୍ଦ୍ର ପୁରୋହିତ) ସୁନ୍ଦରଗଡ଼ ଜିଲ୍ଲା  କୁତ୍ରା ବ୍ଲକ ଅନ୍ତର୍ଗତ କୁସୁମଡେଗୀ ଗ୍ରାମ୍ୟ ପୋଖରୀରେ ବୁଡିଯାଇ ପିଙ୍କି ଅମାତ (୯) ନାମକ ନାବାଳିକା  ମୃତ୍ୟୁ ବରଣ କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ କୁସୁମଡେଗୀ ବସ୍ତିର ପିଙ୍କି ସକାଳ ଆଠଟା ସମୟରେ  ତାର ସାଙ୍ଗ ମାନଙ୍କ ସହ ଗାଧୋଇବା ପାଇଁ ନିକଟସ୍ଥ ପୋଖରୀ କୁ  ଯାଇଥିଲେ। ଗାଧୋଉ ଥିବା ବେଳେ ସେ କେତେବେଳେ ପାଣି ଭିତରକୁ ପଶି ଯାଇଥିଲେ କେହି ଜାଣିପାରି ନଥିଲେ।ଅନ୍ୟମାନେ ଗାଧୋଇ ସାରିବା ପରେ ପିଙ୍କି ଙ୍କ ଡ୍ରେସ ପୋଖରୀ ହୁଡାରେ ଥିବା ଏବଂ ସେ ନଥିବା ଜାଣି ସନ୍ଦେହ ହେବାରୁ ଘର ଲୋକଙ୍କୁ ଖବର ଦେଇଥିଲେ।ପରିବାର ବର୍ଗ ପହଞ୍ଚି ପୋଖରୀ ଭିତରେ ଖୋଜାଖୋଜି କରିବାରୁ ପାଣିରେ ବୁଡିଯାଇ ଥିବା ପିଙ୍କି କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।କୁତ୍ରା ପୋଲିସ ଘଟଣା ର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *