ପାଇକମାଳ: ପାଖାପାଖି ଦେଢ଼ ବର୍ଷ ହେଲା ପାଣି ଟାଙ୍କି ନିର୍ମାଣ ହୋଇ ପାରୁନି

ପାଇକମାଳ (ରିପୋର୍ଟ – ବଂଶୀଧର ନାୟକ): ରାଜ୍ୟ ସରକାର ବସୁଧା ଯୋଜନାରେ ପ୍ରତି ଗ୍ରାମରେ ପାନୀୟ ଜଳ ଯୋଗାଇ ଦେବା ର ବ୍ୟବସ୍ଥା ଥିବା ବେଳେ  ପାଇକମାଳ ବ୍ଲକ ଅନ୍ତର୍ଗତ ମାଣ୍ଡିଆଢିପା ପଂଚାୟତ ର କେନାବୁଦା ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି l. ଆଜକୁ ଦେଢ଼ ବର୍ଷ ହେଲା ଗ୍ରାମରେ ବସୁଧା ଯୋଜନାରେ ପ୍ରତି ଘରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ପାଣି ଟାଙ୍କି ର ନିର୍ମାଣ ଅଧୁରା ହୋଇ ପଡି ରହିଛି  l ଗ୍ରାମର କେତେକ ଘରେ ପାଇପ ସଂଯୋଗ ହୋଇ ସାରିଛି  l  ହେଲେ ଲୋକେ ପାଣି ପାଇଁ ଆଁ କରି ଚାହିଁ ବସିଛନ୍ତି  l କେତେଟା ଯୋଜନା ଗଲେ ଯେ ପାଣି ମିଳିବ ତାହା ଜଣା ନାହିଁ l. ଦେଢ଼ ବର୍ଷ ହେଲା ଠିକାଦାର ପାଣିଟାଙ୍କି ପାଇଁ କାମ ଆରମ୍ଭ କରିଦେଇ ଆଉ ତାର ଦେଖା ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି  l.  ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୁଏ  l

Leave a Reply

Your email address will not be published. Required fields are marked *