ଛତ୍ରଙ୍ଗ ପଞ୍ଚାୟତ ରେ ପାଣି ସମସ୍ୟା, ଫେଲ ମାରିଛି ବସୁଧା ଯୋଜନା

ହରଭଙ୍ଗା, (ବ୍ୟୁରୋ ରିପୋର୍ଟ) :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ରେ ଦେଖିବାକୁ ମିଳିଛି ପାନୀୟ ଜଳ ର ସମସ୍ୟା।ଛତ୍ରଙ୍ଗ ପଞ୍ଚାୟତ ର ଛକ ସାହି, ଯେଉଁଠି ପ୍ରାୟ ଷାଠିଏ ପରିବାର ବସବାସ କରନ୍ତି। କିନ୍ତୁ ସବୁବେଳେ ଲାଗି ରହିଛି ପାଣି ର ସମସ୍ୟା।ଛକ ଉପରେ ଥିବା ଏକ ମାତ୍ର ନଳକୂପ ହିଁ ନିର୍ଭର କରିଥାନ୍ତି ସାହି ବାସିନ୍ଦା। ସାହି ବାସିନ୍ଦା ଙ୍କ କହିବା କଥା ଖରା ମାସ ହେଲେ ସାହିର ସବୁ କୂଅ ଗୁଡ଼ିକ ଶୁଖିଯାଉଛି। ଫଳରେ ଗାଧୋଇବା ପାଇଁ ବନ୍ଧ ଓ ନାଳ ର ଦୂଷିତ ପାଣି ଉପରେ ନିର୍ଭର କରିବାକୁ ପଡ଼ିଥାଏ। କିନ୍ତୁ ପିଇବା ପାଇଁ ଏକ ମାତ୍ର ଭରସା ଛକ ଉପରେ ଥିବା ନଳକୂପ।ବିଗତ ବର୍ଷ ଟ୍ୟାଙ୍କର ଯୋଗେ ପଞ୍ଚାୟତ ତରଫରୁ ପିଇବା ପାଣି ଯୋଗେଇ ଦିଆଯାଉଥିଲା।ସରକାର ଙ୍କ ବସୁଧା ଯୋଜନା ରେ ଦୀର୍ଘ ଛ ବର୍ଷ ହେବ ଗୋଟେ ବଡ଼ ପାଣି ଟାଙ୍କି କରାହୋଇଛି। ପାଣି ପାଇପ ମଧ୍ୟ ପ୍ରତ୍ୟକ ଘର ସାମ୍ନା ଦେଇ ବିଛା ହୋଇଛି। ଓ ଟ୍ୟାପ ବି ସମସ୍ତଙ୍କ ଘର ସାମ୍ନା ରେ ବସି ସାରିଛି। କିନ୍ତୁ ଦୁର୍ଭାଗ୍ୟ ର କଥା ଅଞ୍ଚଳ ବାସୀ ପିଇବା ପାଣି ଟୋପାଏ ପାଇପାରୁନାହାନ୍ତି। ଏ ବାବଦ ରେ ବିଭଗୀୟ ଅଧିକାରୀ ଙ୍କ ସହ ଯୋଗାଯୋଗ କରାଯାଇଥିଲା। ଏବଂ ଖୁବ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ବିଭଗୀୟ ଅଧିକାରୀ କହିଥିଲେ।ସବୁଠୁ ଆଶ୍ଚର୍ଯ୍ୟ କଥା ଯେଉଁ ଦିନ ଠୁ ଅଞ୍ଚଳ ରେ ବସୁଧା ଯୋଜନା ଲାଗୁ ହେଲା ସେହି ଦିନଠୁ କାର୍ଯ୍ୟ ରେ ନିୟୋଜିତ ଏକ ଡ୍ରାଇଭର ପ୍ରତିମାସ ରେ ନିଜର ପ୍ରାପ୍ୟ ସରକାର ଙ୍କ ଠାରୁ ପାଉଛନ୍ତି, କିନ୍ତୁ ଅଞ୍ଚଳ ବାସୀ ପାଣି ପାଇବା ରୁ ବଞ୍ଚିତ ଅଛନ୍ତି।ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କୁ ବିନାଶ ଦିଗରେ ନେଇଯାଉଛନ୍ତି ବୋଲି ରଞ୍ଜନ ଦଳେଇ, ସୁରେନ୍ଦ୍ର ନାୟକ, ସୁବାସ ନାୟକ, ଯୋଗେନ୍ଦ୍ର ଦୀପ, ବିନୋଦ ମହାକୁଡ଼ ଓ ରଞ୍ଜନ ହଂସ ପ୍ରମୁଖ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *