ଦୟଭାନୁ ସାହିତ୍ୟ ସଂସଦର ସପ୍ତବିଂଶତମ ସ୍ୱନକ୍ଷତ୍ର ଦିବସ ପାଳିତ

କଟକ : ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଉଦୟଭାନୁ ସାହିତ୍ୟ ସଂସଦର ସପ୍ତବିଂଶତମ ସ୍ୱନକ୍ଷତ୍ର ଦିବସ କଟକର ମଧୁପାଟଣାସ୍ଥିତ ସଂସଦ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ସଂସଦର ସଭାପତି ପ୍ରଫେସର ବିଜୟ କୁମାର ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଡାକ୍ତର ମଦନ ମହାପାତ୍ର, ଉପନିର୍ଦ୍ଦେଶକ, ପଶୁପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗ, ଓଡ଼ିଶା ସରକାର ଉଦ୍‌ଘାଟକ ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଉପଶାସନ ସଚିବ ପୀୟୁଷ ପରିଡ଼ା ଏବଂ ସମ୍ମାନିତ ଅତିଥି ଭାବେ ‘ଅନନ୍ତ ନିର୍ଝର’ର ମୁଖ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ। ବିଶିଷ୍ଟ ସାରସ୍ୱତ ସାଧିକା ତଥା ଅଧ୍ୟାପିକା ଇପ୍‌ସିତା ଷଡ଼ଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।

ସଭାରେ ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ପରମ୍ପରା ସହିତ ବେଦ, ଉପନିଷଦ, ପୁରାଣ ଓ ଭାଗବତର ମହତ୍ତ୍ୱ ତଥା ବିଭିନ୍ନ ପର୍ବପର୍ବାଣିର ଅନ୍ତର୍ନିହିତ ତାତ୍ପର୍ଯ୍ୟ ସମ୍ପର୍କରେ ଭାବଗର୍ଭକ ଆଲୋଚନା ହୋଇଥିଲା। ସଂସଦର ଯୁଗ୍ମ ସମ୍ପାଦକ ଆଦିକନ୍ଦ ରାଉତ ସ୍ୱାଗତ ଭାଷଣ ଦେବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସାଧାରଣ ସମ୍ପାଦିକା ସରୋଜିନୀ ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଂଗଠନ ସମ୍ପାଦକ ସୁଧୀର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଆୟୋଜିତ କବିତା ଆସରରେ ବିଶିଷ୍ଟ ସାରସ୍ୱତ ସାଧକ ଡକ୍ଟର ସୁନାମଣି ରାଉତ ଉଦ୍‌ଘାଟକ ଭାବେ ଯୋଗଦେଇଥିଲେ। ଅକ୍ଷୟ ମହାନ୍ତି ଫାଉଣ୍ଡେସନ ଟ୍ରଷ୍ଟ, ଖୋର୍ଦ୍ଧାର ଅଧ୍ୟକ୍ଷ ଚୈତନ୍ୟ ପ୍ରସାଦ ବେହେରା ମୁଖ୍ୟ ଅତିଥି ଏବଂ ଓଡ଼ିଶା ସରକାରଙ୍କ ସରକାରୀ ଅଭିଯୋଜକ ଡକ୍ଟର ରଶ୍ମିରାଣୀ ବଳବନ୍ତରାୟ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅବସରପ୍ରାପ୍ତ ଉପଆରକ୍ଷୀ ଅଧୀକ୍ଷକ ରାଜକିଶୋର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଅଧିବେଶନରେ ଡାକ୍ତର ସୁଲେଖା ମିଶ୍ର, ଜୟନ୍ତୀ ବାରିକ ଓ ବିଜୟ ନାଥ କବିତା ସଂଯୋଜନା କରିଥିଲେ। ବାବାଜୀ ଚରଣ ଲେଙ୍କା ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ପ୍ରମିଳା ପତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଅର୍ଚ୍ଚନାରାଣୀ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।

କବିତା ଆସରରେ ଶୈଳଜ ରବି, ବିଜୟ ପଢ଼ିହାରୀ, ଆଦିତ୍ୟ ପ୍ରତାପ ଧଳ, ପ୍ରସନ୍ନ କୁମାର ସ୍ୱାଇଁ (କ୍ରାନ୍ତି), ସୁଲୋଚନା ଦାଶ, ଛବିରାମ ସେଠୀ, ସୁରେନ୍ଦ୍ର ମହାପାତ୍ର, ସଫଳା ଦାସ, ଶରତ ଚନ୍ଦ୍ର ମହାନ୍ତି, ଆଲୋକ କୁମାର ଦାସ, ଶଶିଭୂଷଣ ଦାସ, କ୍ଷୀରୋଦ ଜେନା ଓ ସଚ୍ଚିଦାନନ୍ଦ କରଙ୍କ ସମେତ ବହୁ ବିଶିଷ୍ଟ କବି ସ୍ୱରଚିତ କବିତା ପାଠ କରିଥିଲେ।

କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସଂଯୋଜ ସାମନ୍ତରାୟଙ୍କ ପରିକଳ୍ପନା ଏବଂ ନୃତ୍ୟଗୁରୁ ଅନିମା ଜେନାଙ୍କ ନିର୍ଦ୍ଦେଶନାରେ ପାୟଲ ଇନ୍‌ଷ୍ଟିଚ୍ୟୁଟ୍‌ର କଳାକାରମାନେ ଆକର୍ଷଣୀୟ ‘ଫୁଲ ବଉଳବେଣୀ’ ନୃତ୍ୟ ପରିବେଷଣ କରିଥିଲେ।

ସାମଗ୍ରିକ ଭାବେ କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ସୁରେନ୍ଦ୍ର କୁମାର ପତି, ବ୍ରହ୍ମାନନ୍ଦ ମହାନ୍ତି, ଦୀନବନ୍ଧୁ ରାଉତ, ପ୍ରେମାନନ୍ଦ ସ୍ୱାଇଁ, ମିନତୀ ସେନାପତି, ଅଜୟ କୁମାର ବିଶ୍ୱାଳ ଓ ଶାନ୍ତଲତା ସିଂହଦେଓ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *