କଟକ, ୨୭।୧୦ : ପ୍ରଖ୍ୟାତ କଣ୍ଠଶିଳ୍ପୀ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଭଜନ ସମ୍ରାଟ ଭିକାରୀ ବଳଙ୍କ ଷୋଡ଼ଶ ପୁଣ୍ୟତିଥି ଆସନ୍ତା ନଭେମ୍ବର ୨ ତାରିଖ ସନ୍ଧ୍ୟା ୫ଟା ୩୦ ମିନିଟ୍ରେ ପାଳିତ ହେବ। ଭଜନ ସମ୍ରାଟ ଭିକାରୀ ବଳ ସ୍ମୃତି ସଂସଦ ପକ୍ଷରୁ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭବନଠାରେ ଏହି ସ୍ମୃତିସଭା ଆୟୋଜନ କରାଯିବ।
ଏହି ଉତ୍ସବରେ ନିଗମ କଳ୍ପତରୁ ଆଶ୍ରମର ପ୍ରତିଷ୍ଠାତା ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଉଦ୍ଘାଟକ ଏବଂ କଟକ ମହାନଗର ନିଗମର ମେୟର ସୁବାସ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ସମ୍ମତି ପ୍ରଦାନ କରିଛନ୍ତି।
ଏହି ଅବସରରେ ଭଜନ ସମ୍ରାଟ ଭିକାରୀ ବଳଙ୍କ ଭକ୍ତିସଙ୍ଗୀତକୁ ଆଧାର କରି ସଙ୍ଗୀତ ପରିବେଷଣ ସହ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନର କାର୍ଯ୍ୟକ୍ରମ ରହିଛି। ଏ ନେଇ ଅନୁଷ୍ଠାନର ସଭାପତି ଗୌର ପଟ୍ଟନାୟକ ଓ ସମ୍ପାଦକ ଡକ୍ଟର ସୁନାମଣି ରାଉତ ସୂଚନା ଦେଇଛନ୍ତି।