ଜିଲ୍ଲାସ୍ତରୀୟ ‘ଉତ୍ସାହ–୨୦୨୬’ ଅନୁଷ୍ଠିତକ୍ରୀଡ଼ା ମାଧ୍ୟମରେ ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ


କଟକ, ତା୧୫.୧୦.୨୦୨୬ରିଖ : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ (DCPU)ର ମିଳିତ ଆନୁକୂଲ୍ୟରେ ମିଶନ ବାତ୍ସଲ୍ୟ ଅଧୀନରେ ଜିଲ୍ଲାସ୍ତରୀୟ ଅନ୍ତଃ ଶିଶୁ ଯତ୍ନ ଅନୁଷ୍ଠାନ (CCI) କ୍ରୀଡ଼ା ପ୍ରତିଯୋଗିତା ‘ଉତ୍ସାହ–୨୦୨୬’ ଆଜି କଟକସ୍ଥିତ ଉତ୍କଳ ବାଳାଶ୍ରମଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ପିଲାମାନେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗୀତାରେ ଲମ୍ବ ଡିଆଁ (ଲଙ୍ଗ୍ ଜମ୍ପ), ଉଚ୍ଚ ଡିଆଁ (ହାଇ ଜମ୍ପ), ଚେସ୍‌, କ୍ୟାରମ୍‌ ଓ ଫୁଟବଲ୍‌ ଭଳି ବିଭିନ୍ନ କ୍ରୀଡ଼ାର ଆୟୋଜନ କରାଯାଇଥିଲା । ଏହି ଅବସରରେ ଶିଶୁମାନେ ନିଜର କ୍ରୀଡ଼ା ପ୍ରତିଭା, ଦକ୍ଷତା ଓ ପ୍ରତିଯୋଗିତାମୂଳକ ମନୋଭାବ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର , ଡେପୁଟି କଲେକ୍ଟର ତଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶତରୂପା ଶତପଥୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗଙ୍ଗାଧର ବେହେରାଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇ ଅଂଶଗ୍ରହଣକାରୀ ନଙ୍କୁ ଉତ୍ସାହିତ କରିଥିଲେ । ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା, ଆତ୍ମବିଶ୍ୱାସ, ଶୃଙ୍ଖଳା ଓ କ୍ରୀଡ଼ା ମନୋଭାବର ବିକାଶ କରିବା ସହ ପାରସ୍ପରିକ ବନ୍ଧୁତ୍ୱ ଓ ସୁସ୍ଥ ପ୍ରତିଯୋଗିତାର ଭାବନା ସୃଷ୍ଟି କରିବା ହେଉଛି ‘ଉତ୍ସାହ–୨୦୨୬’ର ମୁଖ୍ୟ ଉଦ୍ଦେଶ୍ୟ । ଶିଶୁମାନଙ୍କ ସୁରକ୍ଷା, ଯତ୍ନ ଓ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ଦିଗରେ ଜିଲ୍ଲା ପ୍ରଶାସନର ନିରନ୍ତର ପ୍ରୟାସରେ ଏହି “ଉତ୍ସାହ” କାର୍ଯ୍ୟକ୍ରମ ସହାୟକ ହେବ ।

Leave a Reply

Your email address will not be published. Required fields are marked *