
କଟକ, ତା ୧୫.୧୦.୨୦୨୬ ରିଖ : କଟକ ଜିଲ୍ଲାରେ ନିଶାଦ୍ରବ୍ୟର ବେଆଇନ କାରବାର ରୋକିବା ଉଦ୍ଦେଶ୍ୟରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୮୭ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଛି। ଏହି ନିଶାଦ୍ରବ୍ୟର ଆନୁମାନିକ ମୂଲ୍ୟ ୮ ଲକ୍ଷ ୭୦ ହଜାର ଟଙ୍କା ଆକଳନ କରାଯାଇଛି । ଏହି ଘଟଣାରେ ଇମାମପଡ଼ା ଅଞ୍ଚଳର ବାସିନ୍ଦା ସୋନି କଶ୍ୟପଙ୍କୁ ଗିରଫ କରାଯାଇଛି । କଟକ, ସିଡିଏ ସେକ୍ଟର-୧ ଅଞ୍ଚଳରେ ଥିବା ବିଏସ୍ଏନ୍ଏଲ୍ ସେବା କେନ୍ଦ୍ର ସମ୍ମୁଖ ରାସ୍ତାରେ ଅବକାରୀ ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଥିଲା । ଜବତ ନିଶାଦ୍ରବ୍ୟ ସମ୍ପର୍କରେ ଏନ୍ଡିପିଏସ୍ ଆଇନ, ୧୯୮୫ର ଧାରା ୨୧(ଖ) ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି। କଟକ ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଜିଲ୍ଲା ମୋବାଇଲ୍ ୟୁନିଟ୍ର ଇନ୍ସପେକ୍ଟର ଶ୍ରୀ ଭକ୍ତବତ୍ସଳ ବର୍ମାଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା । ଏହି ଅଭିଯାନରେ ଏସ୍ଆଇ ନିରୁପମା ସାହୁ, ଏଏସ୍ଆଇ ହରିହର ନାୟକଙ୍କ ସମେତ ଅବକାରୀ କନଷ୍ଟେବଳ ଅଜୟ କୁମାର ଜେନା, ଦେବବ୍ରତ ଓଝା, ପ୍ରିୟତମ ରଥ, ଶଙ୍କର ସିଂହ ଓ ଲକ୍ଷ୍ମଣ ବେହେରା ସାମିଲ ଥିଲେ ।
ସେହିପରି କଟକ ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀ, ଅବକାରୀ ଇନ୍ସପେକ୍ଟର, ଗ୍ରାମାଞ୍ଚଳ ନବସ୍ମିତା ନାଏକ, ଅବକାରୀ ଏସ୍ଆଇ ଅକ୍ଷୟ ଜେନାଙ୍କ ଉପସ୍ଥିତିରେ ପ୍ରତାପନଗରୀ ଫ୍ଲାଏଓଭର ନିକଟରୁ ୧୭୬ଗ୍ରାମ ବ୍ରାଉନ୍ ସୁଗାର ଓ ଫୁଲନଖରା ଫ୍ଲାଏଓଭର ନିକଟରୁ ୧୬୨ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଛି । ଏହି ଚଢଉ ସମୟରେ ୨ ଅଭିଯୁକ୍ତଙ୍କୁ ଗିରଫ କରି ମାମଲା ରୁଜ୍ଜୁ କରାଯାଇଛି । ଜିଲ୍ଲାରେ ନିଶାଦ୍ରବ୍ୟର ବେଆଇନ କାରବାର ଉପରେ ରୋକ ଲଗାଇବା ଏବଂ ଏହାର ଚୋରା ଚାଲାଣକୁ ନିୟନ୍ତ୍ରଣ କରିବା ଦିଗରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ ଅଭିଯାନ ଜାରି ରହିଛି।