କଟକ , 14/10 :ରାତି ପାହିଲେ ଚାତ୍ର ସଂସଦ ର ନିର୍ବାଚନ । ଦୀର୍ଘ ଆଠ ବର୍ଷ ପରେ ଛାତ୍ର ସଂସଦ ର ନିର୍ବାଚନ ଅନୁଷ୍ଠିତ ହେଉ ଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି । ଆଜି କଟକ ସହର ର ବିଭିନ୍ନ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ପ୍ରଚାର ର ଶେଷ ଦିବସ । ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ରେ ନିର୍ଵାଚନ ରେ ପାର୍ଥୀ ହୋଇଥିବା ଛାତ୍ର ଛାତ୍ରୀ ମାନେ what I stand for ମଇଦାନ ରେ ଅବତ୍ତୀର୍ଣ୍ଣ ହୋଇ ନିଜ ନିଜ ମତ ରଖିଥିଲେ । ପାର୍ଥୀ ମାନେ ଶିକ୍ଷାନୁଷ୍ଠାନ ର ବିଭିନ୍ନ ସମସ୍ୟା ଉପରେ ମତ ରଖି ନିର୍ବାଚିତ ହେଲେ ସବୁ ସମସ୍ୟା ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି। ଯେପରି ଅଣ ଛାତ୍ର ମାନେ କଲେଜ୍ ଓ ବିଶ୍ବବିଦ୍ୟାଳୟ ରେ ପ୍ରବେଶ କରି ପାରିବେ ନାହିଁ ସେଥି ପାଇଁ ଫାଟକ ନିକଟରେ ବ୍ୟାପକ ପୋଲିସ ନିୟୋଜିତ କରାଯାଇଛି । ଆସନ୍ତା କାଲି ଛାତ୍ର ସଂସଦ ର ନିର୍ବାଚନ ଅନୁଷ୍ଠିତ ହୋଇ ଅପରାହ୍ନ ରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ନିର୍ବାଚନ ପ୍ରଚାର ର ଶେଷ ଦିନ ଶିକ୍ଷାନୁଷ୍ଠାନ ର ପରିବେଶ ସ୍ବର୍ଗରମ ହୋଇଉଠିଛି। ମୋଟାମୋଟି ଭାବରେ ଆଜି କଟକ ର ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ସରକାରୀ ଏବଂ ବେସରକାରୀ ର ମୁଁ କାହିଁକି ପାର୍ଥି ହେଲି ବୈଠକ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ପ୍ରତିଦ୍ବନ୍ଦିତା କରୁଥିବା ପାର୍ଥି ମାନେ ନିଜେନିଜର ମନ୍ତବ୍ୟ ପ୍ରକାଶ କରିଥିଲେ। ନିର୍ବାଚନ ପରିଚାଳନା କରୁଥିବା କତୃପକ୍ଷ ନିର୍ବାଚନ ସମ୍ପର୍କ ଗାଇଡ଼ ଲାଇନ ଉପସ୍ଥାପନ କରିଛନ୍ତି। ଶୈଳବାଳା ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ପ୍ରତିଦ୍ବନ୍ଦିତା କରୁଥିବା ପାର୍ଥି ମାନେ ଏକ ଶୋଭାଯାତ୍ରା ରେ ମହାବିଦ୍ୟାଳୟ ପରିକ୍ରମା କରି ମୁଁ କାହିଁକି ପାର୍ଥି ହୋଇଛି ବୋଲି ବୈଠକ ରେ ଯୋଗ ଦେଇଥିଲେ। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଶୈଳବାଳା, ରେଭେନ୍ସା, ଷ୍ଟୱାର୍ଟ ବିଜ୍ଞାନ କଲେଜ, ଜେ. କେ. ବି. କେ. କଲେଜ ଉପରେ ନିର୍ବାଚନ କୁ ହାତେଇବା ପାଇଁ ସତର୍କ ଦୃଷ୍ଟି ରହିଛି। ମହାବିଦ୍ୟାଳୟ ର ସମସ୍ତ ବିଦ୍ୟାର୍ଥୀ ଏହି ବର୍ଷ ପ୍ରଥମ କରି ନିର୍ବାଚନ ରେ ସାମ୍ମିଲ ହେବାକୁ ଯାଉଛନ୍ତି। ଏମାନ ମଧ୍ୟରେ ବେଶ ଉତ୍ସାହ ରହିଛି। ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ଦିନ ତମାମ ପୋଲିସ ପଇଁତରା ମାରୁଛି।