ସିନିୟର ମହିଳା ଟି-୨୦ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷଣା , ସୁଶ୍ରୀ ଦିବ୍ୟଦର୍ଶିନୀ ଅଧିନାୟିକା, ସୁଭ୍ରା ନିର୍ଝରିଣୀ ସ୍ୱାଇଁ ଉପଅଧିନାୟିକା

କଟକ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ ଆୟୋଜିତ ୨୦୨୬-୨୭ ଘରୋଇ କ୍ରିକେଟ୍‌ ଋତୁର ସିନିୟର ମହିଳା ଟି-୨୦ ଟ୍ରଫି ପାଇଁ ଓଡ଼ିଶାର ୧୭ ଜଣିଆ ଦଳ ଘୋଷଣା କରିଛି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ)। ଦଳର ନେତୃତ୍ୱ ଭାର ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ଦିଆଯାଇଥିବା ବେଳେ ସୁଭ୍ରା ନିର୍ଝରିଣୀ ସ୍ୱାଇଁ ଉପଅଧିନାୟିକା ଦାୟିତ୍ୱ ତୁଲାଇବେ।

ଓଡ଼ିଶା ଦଳରେ ଆଲିପ୍ସା ବିଶ୍ୱାଳ, ଅନନ୍ୟା ମିଶ୍ର, ଜି.ଏମ୍. ଅଳକାନନ୍ଦା, ଜ୍ୟୋତି କୁମାରୀ ପ୍ରସାଦ, ଲକ୍ଷ୍ମୀପ୍ରିୟା ନାୟକ, ଲୁଇସା ଦାସ, ମାଧୁରୀ ମେହେଟା, ମୋନାଲିସା ରାଉତ, ପ୍ରଜ୍ଞା ପରମିତା ମହାନ୍ତି, ରୀମାଲକ୍ଷ୍ମୀ ଏକ୍କା, ଏସ୍‌.ବି. ଲରେନ୍ସ, ଶିଳ୍ପା ସ୍ୱାଇଁ, ସୁଶ୍ରୀ ଦିବ୍ୟଦର୍ଶିନୀ, ସୁଭ୍ରା ନିର୍ଝରିଣୀ ସ୍ୱାଇଁ, ତନ୍ମୟୀ ବେହେରା, ତରନ୍ନା ପ୍ରଧାନ ଓ ସୁଜାତା ମଲ୍ଲିକ ସ୍ଥାନ ପାଇଛନ୍ତି।

ଏହି ପ୍ରତିଯୋଗିତାର ଏଲିଟ୍‌-ବି ଗ୍ରୁପ୍‌ରେ ଓଡ଼ିଶା ଅକ୍ଟୋବର ୨୬ରେ ଆନ୍ଧ୍ର ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଏହାପରେ ଅକ୍ଟୋବର ୨୭ରେ ହିମାଚଳ ପ୍ରଦେଶ, ୨୯ରେ ସୌରାଷ୍ଟ୍ର, ୩୧ରେ ବରୋଦା, ନଭେମ୍ବର ୨ରେ ମଧ୍ୟପ୍ରଦେଶ, ୪ରେ ହରିୟାଣା ଏବଂ ନଭେମ୍ବର ୬ରେ ରାଜସ୍ଥାନକୁ ଭେଟିବ।

ସମସ୍ତ ମ୍ୟାଚ୍‌ ମୋହାଲିସ୍ଥିତ ପଞ୍ଜାବ କ୍ରିକେଟ୍‌ ଆସୋସିଏସନ୍‌ ଆଇ.ଏସ୍‌. ବିନ୍ଦ୍ରା ଷ୍ଟାଡିୟମ୍‌ ଏବଂ ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଇଣ୍ଟରନ୍ୟାସନାଲ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ର ଗ୍ରାଉଣ୍ଡ-ଏରେ ଖେଳାଯିବ। ଦଳ ଭଲ ପ୍ରଦର୍ଶନ କରି ପ୍ରତିଯୋଗିତାରେ ସଫଳତା ହାସଲ କରିବ ବୋଲି କ୍ରିକେଟ୍‌ପ୍ରେମୀ ଆଶା ପ୍ରକାଶ କରିଛନ୍ତି।

ଓଡ଼ିଶାର ମ୍ୟାଚ୍‌ ସୂଚୀ

  • ୨୬ ଅକ୍ଟୋବର: ଆନ୍ଧ୍ର ବନାମ ଓଡ଼ିଶା — ପିସିଏ ଆଇ.ଏସ୍‌. ବିନ୍ଦ୍ରା ଷ୍ଟାଡିୟମ୍‌, ମୋହାଲି।
  • ୨୭ ଅକ୍ଟୋବର: ଓଡ଼ିଶା ବନାମ ହିମାଚଳ ପ୍ରଦେଶ — ପିସିଏ ଆଇ.ଏସ୍‌. ବିନ୍ଦ୍ରା ଷ୍ଟାଡିୟମ୍‌, ମୋହାଲି।
  • ୨୯ ଅକ୍ଟୋବର: ଓଡ଼ିଶା ବନାମ ସୌରାଷ୍ଟ୍ର — ପିସିଏ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌, ଗ୍ରାଉଣ୍ଡ-ଏ, ନ୍ୟୁ ଚଣ୍ଡୀଗଡ଼।
  • ୩୧ ଅକ୍ଟୋବର: ଓଡ଼ିଶା ବନାମ ବରୋଦା — ପିସିଏ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌, ଗ୍ରାଉଣ୍ଡ-ଏ, ନ୍ୟୁ ଚଣ୍ଡୀଗଡ଼।
  • ୨ ନଭେମ୍ବର: ଓଡ଼ିଶା ବନାମ ମଧ୍ୟପ୍ରଦେଶ — ପିସିଏ ଆଇ.ଏସ୍‌. ବିନ୍ଦ୍ରା ଷ୍ଟାଡିୟମ୍‌, ମୋହାଲି।
  • ୪ ନଭେମ୍ବର: ଓଡ଼ିଶା ବନାମ ହରିୟାଣା — ପିସିଏ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌, ଗ୍ରାଉଣ୍ଡ-ଏ, ନ୍ୟୁ ଚଣ୍ଡୀଗଡ଼।
  • ୬ ନଭେମ୍ବର: ଓଡ଼ିଶା ବନାମ ରାଜସ୍ଥାନ — ପିସିଏ ଆଇ.ଏସ୍‌. ବିନ୍ଦ୍ରା ଷ୍ଟାଡିୟମ୍‌, ମୋହାଲି।

Leave a Reply

Your email address will not be published. Required fields are marked *