ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ, ଯାଞ୍ଚ ପରେ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ

ଚଣ୍ଡିଖୋଲ,୯/୧୦(କ.ଵ୍ୟୁ) (ପ୍ରଶାନ୍ତ ଜେନା ଙ୍କ ରିପୋର୍ଟ) ଗତକାଲି ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ଆଜି ଆଶାୟୀ ପ୍ରାର୍ଥୀ ମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀ ମାନେ ନିଜ ନିଜ ସମର୍ଥକ ମାନଂକ ଗହଣରେ ଶୋଭାଯାତ୍ରାରେ ଆସି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ କୁ ଶାନ୍ତି ଶୃଙ୍ଖଳା ର ସହିତ ସମ୍ପନ୍ନ କରିବା ପାଇଁ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ପ୍ରାର୍ଥୀମାନେ ନିଜନିଜର ଆବଶ୍ୟକୀୟ କାଗଜ ପତ୍ର ସହିତ ମନୋନୟନ ପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀ ପତ୍ର ଦାଖଲ ସମୟର ଲିଙ୍ଗ ଡୋ କମିଶନ ର ସୁପାରିଶ ଅନୁସାରେ ନିର୍ବାଚନକୁ ଅବାଧ, ନିରପେକ୍ଷ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରା ଯାଇଛି ବୋଲି କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସକାଳ ୧୦ଠାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯିବ।ଅପରାହ୍ନ ୨ ଟା ଠାରୁ ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇ ୫ଟା ରେ ବୈଧ ପ୍ରାର୍ଥୀ ପତ୍ର ଘୋଷଣା କରାଯିବ । ବାବା ଭୈରବା ନନ୍ଦ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଭାବେ ଅନିମା ପୃଷ୍ଟି, ନବୀନ କୁମାର ପଣ୍ଡା, ରାଜ୍ କୁମାର ଯାଦବ, ଉପ ସଭାପତି ଭାବେ ଲିଟୁ ରାଉଳ, ସତ୍ ପ୍ରେମ୍ ବିଶ୍ଵାଳ,ସାଧାରଣ ସଂପାଦକ ଭାବେ ବିଷ୍ଣୁ ପ୍ରିୟା ମଲ୍ଲିକ, ଦେବସ୍ମିତା ଜେନା, ମନୋଜ୍ କୁମାର ନାଥ ଶର୍ମା ଙ୍କର ପ୍ରାର୍ଥି ପତ୍ର କାଏମ୍ ରହିଥିବ ନିର୍ବାଚନ ଅଧିକାରୀ ମଥୁରୀ ବେହେରା ଜଣା ଯାଇଛି। ସେହିପରି ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ର ଛାତ୍ର ସଂସଦ ନିର୍ବାଚନ ପାଇଁ ସଭାପତି ପଦ ପାଇଁ ଅଭିଜିତ ନାୟକ, ସୌମ୍ୟ ରଞ୍ଜନ ଲେଙ୍କା, ଉପ ସଭାପତି ପଦ ପାଇଁ ରାହୁଲ ବିଶ୍ବାଳ ପ୍ରସନ୍ନ ଜିତ ସ୍ଵାଇଁ,ସାଧାରଣ ସଂପାଦକ ପଦ ପାଇଁ ସୁପ୍ରଭା ସିଂହ, ଶୁଭଶ୍ରୀ ସାମଲ ଙ୍କ ପ୍ରାର୍ଥୀପତ୍ର କାଏମ୍ ରହିଥିବା ନିର୍ବାଚନ ଅଧିକାରୀ ଡ ଅମ୍ବିକା ତ୍ରିପାଠୀ ଜଣାଇ ଛନ୍ତି। ଆସନ୍ତା କାଲି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ହେଲା ପରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।

Leave a Reply

Your email address will not be published. Required fields are marked *